Masthead

ବିରୋଧୀ ଦଳ ପଳାୟନ ପନ୍ଥୀ: ମୁକେଶ ମହାଲିଙ୍ଗ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଧାନସଭା ଅଧିବେଶନର ତୃତୀୟ ଦିନ । ବିରୋଧୀ ଭୟଭୀତ ଓ ପଳାୟନ ପନ୍ଥୀ ବାଲି କହିଛନ୍ତି ମୁକେଶ ମହାଲିଙ୍ଗ । ସେମାନେ କେବେ ବିରୋଧୀ ଦଳରେ ବସି ନଥିଲେ, ତେଣୁ ବିରୋଧୀ ଦଳର କାର୍ଯ୍ୟ ନିର୍ବାହ କରିପାରୁ ନାହାନ୍ତି । ପ୍ରଶ୍ନକାଳ ବହୁତ ଗୁରୁତ୍ୱପୂର୍ଣ୍ଣ । ଯାହାକୁ ରାଜ୍ୟବାସୀ ଜାଣିବାର ମାଧ୍ୟମ । ବିରୋଧୀ ସରକାରୀ ଦଳର ଉତ୍ତର ଶୁଣିବାକୁ ସାହସ ରଖି ନାହାନ୍ତି । ଗତକାଲି କଂଗ୍ରେସର କଟନୀ ଛଟନୀ ନେଇ ଦେଇଥିବା ମୁଲତବୀ ପ୍ରସ୍ତାବକୁ ଗ୍ରହଣ କରାଯାଇଥିଲା ।

ହେଲେ କାହିଁକି ଆଲୋଚନାକୁ କଂଗ୍ରେସ କି ବିଜେଡି ଆସୁ ନାହାନ୍ତି ? ଯେଉଁ ୧୦୦ ଟଙ୍କା ବୋନସ କଥା ତତ୍କାଳୀନ ବିଜେଡି ସରକାର ଘୋଷଣା କରିଥିଲା, ତାହା ଦେଲା ନାହିଁ । କିନ୍ତୁ ବିଜେପି ସରକାରକୁ ଆସିବା ପରେ ଧାନ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦେଉଛି । ବିରୋଧୀ କୁମ୍ଭୀର କାନ୍ଦଣା ବନ୍ଦ କରନ୍ତୁ । ଲୋକେ ଜାଣିଛନ୍ତି ଯେ ସେମାନେ ବିଗତ ଦିନରେ କେମିତି ପ୍ରତାରିତ ହୋଇଥିଲେ । ବିଜେଡି ଓ କଂଗ୍ରେସର ଡବଲ ଷ୍ଟାଣ୍ଡାର୍ଡ । ବିଜେଡି ମୋସନ ପାଇଁ କହୁଛି, କଂଗ୍ରେସ ମୂଲତବି ପାଇଁ ଦାବି କରି ପରେ ଉଭୟ ଦଳ ମିଶି ଯାଇ ହଟ୍ଟଗୋଳ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ