Masthead

ବାପା ଆକ୍ଟିଭ, ପୁଅ ଡ଼ି ଆକ୍ଟିଭ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା କଂଗ୍ରେସରେ ବାପା ପୁଅ ପତିଆର! ହାତ ଦଳକୁ ଦେବ ବଳ । ରାଜ୍ୟବାସୀଙ୍କ ଦୁଃଖସୁଖରେ ଦେବେ ସାଥ । ଲିଭାଇବେ ବିରୋଧୀ ଭୂମିକା । ବାପା ଆକ୍ଟିଭ, ପୁଅ ଡି ଆକ୍ଟିଭ! ଦଳକୁ ଏକତ୍ରିତ କରି ଆଗକୁ ନେବା ବଡ଼ ଚ୍ୟାଲେଞ୍ଜ । ଭକ୍ତଙ୍କ ହାତରେ ପସିସି ମଙ୍ଗ । ପୁଅ ସାଗର ଦାସ ହାତ ଦଳର ବିଧାୟକ । ନବନିଯୁକ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ବନିଛନ୍ତି ଭକ୍ତ ଚରଣ ଦାସ । ଦାୟିତ୍ୱ ନେବା ପୂର୍ବରୁ କରିଛନ୍ତି ଶକ୍ତି ପ୍ରର୍ଦଶନ । ଭୁବନେଶ୍ୱରରୁ ଆରମ୍ଭ କରି ଶ୍ରୀକ୍ଷେତ୍ରରେ ଶେଷ କରିଛନ୍ତି ପଦଯାତ୍ରା ।

ସାଥିରେ ସାଥ ଦେଇ ମାଡିଚାଲିଥିଲେ ନେତା । ମିଳୁଥିଲା ଲୋକଙ୍କ ସର୍ମଥନ । କିନ୍ତୁ ଭକ୍ତ ଆଗେଇ ଆଗେଇ ଚାଲିଥିବା ବେଳେ ପୁଅଙ୍କ ଗତି ଧିମା । ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇ ଶେଷ ହୋଇଗଲା ପଛେ ସାଗରଙ୍କର ନଥିଲା ଦେଖା! ଗୁରୁତ୍ୱପୁର୍ଣ୍ଣ ଅଧିବେଶନରେ ରହିଲେ ଅନୁପସ୍ଥିତ । ହୁଏତ ବାପାଙ୍କ ସାଥ ଦେଇ ପଦଯାତ୍ରରେ ଦେଖିବାକୁ ମିଳିଥିଲେ ସାଗର । କିନ୍ତୁ କାହିଁକି ବିଧାନସଭାରେ ଦିନେ ବି ରହିଲେନି ଉପସ୍ଥିତ । ଯେତେବେଳେ ଅନ୍ୟ ସଦସ୍ୟ ରହୁଥିଲେ ଗୃହ କାର୍ଯ୍ୟରେ ।

ସାଗର ଅନ୍ୟଙ୍କୁ ଅହ୍ୱାନ ଦେଇ ଟାଣିବା କଥା । ଯେହେତୁ ସେ ବିଧାୟକ ସହ ପସିସି ସଭାପତିଙ୍କର ନନ୍ଦନ । କିନ୍ତୁ ପ୍ରଥମ ପର୍ଯ୍ୟାୟରେ ସେମିତି କିଛି ନଜିର ରହିଲା ନାହିଁ । ଲୋକଙ୍କ ହକ୍ ମାଗି ତାଙ୍କୁ ନ୍ୟାୟ ପ୍ରଦାନ କରିବାର ଉଚିତ୍ ସ୍ଥାନ ବିଧାନସଭା । ହେଲେ ସାଗର କଲେ କଣ? ମୂଲ୍ୟବାନ ସମୟକୁ କଲେ ନଷ୍ଟ! ଭକ୍ତଙ୍କୁ ବଳ ଦେବାରେ ସାଗର ହେବେ ସାହାୟକ । ମିଳିବ ପୁଅର ପୁରା ସପୋଟ । ରାଜ୍ୟରୁ ଭକ୍ତ ସଂଗ୍ରହ କରିବେ ଜନତାଙ୍କ ପ୍ରସଙ୍ଗ, ବିଧାନସଭାରେ ସାଥି ସଦସ୍ୟଙ୍କ ସହ ମିଶି ସ୍ୱରକୁ ଶାଣିତ କରିବେ ସାଗର । ଏବେ ସମସ୍ତଙ୍କ ନଜର ବାପା -ପୁଅଙ୍କ ଯୋଡି କେତେ କଂଗ୍ରେସକୁ ଦେବ ବଳ ।

କାହିଁକି ନାଁ ଦୁହେଁ କେହି କାହାଠୁ କମ୍ ନୁହନ୍ତି । ଭକ୍ତ ବନିଛନ୍ତି ସାଂସଦ, ବିଧାୟକ, କେନ୍ଦ୍ରମନ୍ତ୍ରୀ ସହ ଜାତୀୟ ସ୍ଥରରେ ରହିଥିଲେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦାବୀରେ । ଆଉ ଏବେ ରାଜ୍ୟ କଂଗ୍ରେସର ସମ୍ଭାଳିଛନ୍ତି ମଙ୍ଗୁଆଳ ଭାର । ପୁଆ ସାଗର ବି ଯେତେବେଳେ ବିଜେପି ଲହର ଚାଲିଥିଲା ସେତେବେଳେ ଭବାନୀପାଟଣା ଭଳି ଆସନରୁ ଭେଟରାନ ବିଜେପି ନେତା ତଥା ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କୁ ପରାସ୍ତ କରି ବନିଛନ୍ତି ଏମଏଲଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ 🔴 ୪୪ଟି ତହସିଲରେ ଜମି କିଣାବିକା 🔴 ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା, ୯ ମୃତ୍ୟୁ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଛାତ୍ରୀଙ୍କୁ ଅସଦାଚରଣ, ଧାରଣାରେ ଛାତ୍ରଛାତ୍ରୀ 🔴 ନଭେମ୍ବରରେ ରାଜ୍ୟରେ ହେବ କମ୍‌ ଶୀତ  🔴 ଆଜିଠୁ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ 🔴 ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ 🔴 SI ପରୀକ୍ଷା କେଳେଙ୍କାରୀ, ଜେଲ୍‌ରୁ ବାହାରିଲେ ୧୧୪ ଆଶାୟୀ 🔴 ୫୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ 🔴 କରଞ୍ଜିଆରେ ବାଘ ଆତଙ୍କ