Masthead

ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଦବଙ୍ଗଗିରି

ବାଲିଆପାଳ (ବଡ଼ ଖବର ବ୍ୟୁରୋ) ପଞ୍ଚାୟତ ସମିତି ବୈଠକରେ ବିଜେଡି ଜିଲ୍ଲାପରିଷଦ ସଭ୍ୟଙ୍କ ଦବଙ୍ଗଗିରି । ଜିଲ୍ଲାପରିଷଦ ନିଜ ଚେୟାର ରୁ ଉଠିଆସି ପ୍ରଶାସନ ଠାରେ ନିଜ ପକ୍ଷ ରଖୁଥିବା ସମିତି ସଭ୍ୟଙ୍କୁ ଠେଲାପେଲା ଆକ୍ରମଣ କଲେ। ପରେ ରଣକ୍ଷେତ୍ର ପାଲଟିଗଲା ବୈଠକ ପରିଷର। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ। ଗତକାଲି ଓଡ଼ିଶା ସରକାରଙ୍କ ନୂତନ ଯୋଜନା ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନାର ପଞ୍ଚାୟତ ସମିତି ବୈଠକରେ ଅନୁମୋଦନ ପାଇଁ ସ୍ବତନ୍ତ୍ର ବୈଠକ ଡକାଯାଇଥିଲା।

ତେବେ ବୈଠକରେ ୨୮ ପଞ୍ଚାୟତରୁ ସମସ୍ତ ସରପଞ୍ଚ ସମିତି ସଭ୍ୟ ଜିଲ୍ଲା ପରିଷଦ ପ୍ରମୁଖ ଉପସ୍ଥିତ ଥିଲେ। କୌଣସି ଏକ କାରଣ ନେଇ ଜଗତିପୁର ସମିତି ସଭ୍ୟ ମଞ୍ଚପାଖକୁ ଯାଇ ନିଜର ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ମଞ୍ଚ ଉପରେ ବସିଥିବା ବିଜେଡି ଜିଲ୍ଲାପରିଷଦ ନିଶାକର ସେଠୀ ହଠାତ୍ ଚେୟାରରୁ ଉଠିଆସି ସଦସ୍ୟଙ୍କୁ ଠେଲାପେଲା କରିଥିଲେ।ଫଳରେ ସେଠାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ରଣକ୍ଷେତ୍ର ପାଲଟିଥିଲା। ତେବେ ଏଠାରେ ସୂଚନାଯୋଗ୍ୟ ପଞ୍ଚାୟତ ସମିତି ବୈଠକରେ ଜିଲ୍ଲା ପରିଷଦ ମାନେ ହେଉଛନ୍ତି ସମ୍ମାନୀତ ଅତିଥି।

ସେମାନେ ବୈଠକରେ ଉପସ୍ଥିତ ରହିବେ ମତାମତ ଦେଇପାରିବେ କିନ୍ତୁ ବୈଠକରେ ହସ୍ତକ୍ଷେପ କରିପାରିବେନି। ତେବେ ବିଜେଡି ଜିଲ୍ଲାପରିଷଦ ନିଶାକର ସେଠୀ ନିୟମର ବ୍ୟତିକ୍ରମ କରି ଗୃହର ଜଣେ ସଦସ୍ୟ ଉପରକୁ ହାତ ଉଠାଇବା କେତେଦୂର୍ ଠିକ୍? ଏହା ବିଜେଡିର ସୁଚିନ୍ତିତ ପ୍ଲାନ୍ ନୁହେଁତ? ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ପ୍ରକଳ୍ପକୁ ପଞ୍ଚାୟତ ସମିତି ବୈଠକରେ ପାସ୍ ନକରେଇଦେବା ପାଇଁ ଚକ୍ରାନ୍ତ ନୁହେଁ ତ? ବୁଦ୍ଧିଜୀବୀ ମହଲରେ ଏନେଇ ଉଠୁଛି ପ୍ରଶ୍ନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ