Masthead

ବିଜେଡିକୁ ବାଏ ବାଏ

ବାଲେଶ୍ୱର, (ବଡ଼ ଖବର ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡିରୁ ବହିଷ୍କୃତ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଆଜି ମୁହଁ ଖୋଲିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସେ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ସେ କହିଛନ୍ତି, ତାଙ୍କୁ ବାରମ୍ବାର ଅପମାନିତ କରାଯାଉଥିଲା । ଦଳୀୟ ନେତାମାନେ ଦେଉଥିଲେ ମାନସିକ ନିର୍ୟାତନା । ଉପନିର୍ବାଚନ ସମୟରେ ବିଜେଡିର ତୁଙ୍ଗନେତାମାନେ ପ୍ରଚାରରୁ ଦୂରେଇ ରଖବାରୁ ତାଙ୍କର ସନ୍ଦେହ ବଢିଥିଲା । ତେଣୁ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ ଆହୁରି କହିଛନ୍ତି, ସେ ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ଦଳ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ବିଜେଡି ସଂଗଠନ ସୁଦୃଢ଼ ନଥିଲା । ସେତେବେଳେ ସେ ଦଳର ବିଧାୟକ ହୋଇ ବିଜେଡିକୁ ମଜଭୂତ କରିଥିଲେ । ସେହିପରି ୨୦୧୪ ନିର୍ବାଚନରେ ମଧ୍ୟ ବିଧାୟକ ହୋଇଥିଲେ। ଦୁଇଥର ବ୍ଲକ ଚେୟାରମ୍ୟାନ ଓ ମୁନିସିପାଲିଟି ଚେୟାରମ୍ୟାନ ହୋଇଥିବା ଜୀବନ ବିଜେଡି ମୋହ ତୁଟାଇଛନ୍ତି । ଏପରିକି ଉପ ନିର୍ବାଚନରେ ନୂଆମୁହଁକୁ ଟିକେଟ ଦେବା ପରେ ମଧ୍ୟ ସେ ପ୍ରଚାର କରୁଥିଲେ । ପକ୍ଷ ରଖିବାକୁ ତାଙ୍କୁ ସୁଯୋଗ ଦିଆଯାଇ ନାହିଁ । କୌଣସି କାରଣ ନଥାଇ ତାଙ୍କୁ ଦଳରୁ ନିଲମ୍ବିତ କରିଥିବାରୁ ସେ ବିଜେଡିର ପ୍ରାଥମିକ ସଦସ୍ୟରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଅର୍ଥାତ ବିଜେଡିକୁ ବାଏ ବାଏ କରିଛନ୍ତି ଜୀବନ ।

ଅନ୍ୟପଟେ ଜୀବନ ଆଉ ଏକ ତେର୍ଚ୍ଛାବାଣ ମାରି ଷଡ଼ଯନ୍ତ୍ରକାରୀଙ୍କ ଆଡ଼କୁ ଇଙ୍ଗିତ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି, ଯଦି ତାଙ୍କ ବିରୋଧରେ ସେମିତି କିଛି ପ୍ରମାଣ ଥିଲା ତା’ହେଲେ ଗଣମାଧ୍ୟମରେ ଏହାକୁ ରଖିଲେ ନାହିଁ କାହିଁକି । ଅନ୍ୟପଟେ ଏକ ଅଡିଓକୁ ନେଇ ତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଜୀବନ କହିଛନ୍ତି, ସୁପ୍ରିମକୋର୍ଟରେ ଅଡିଓକୁ ପ୍ରମାଣ ଭାବେ ଗ୍ରହଣ କରାଯାଏ ନାହିଁ । ଯଦି ଆଉ କିଛି ଠୋସ ପ୍ରମାଣ ରହିଛି, ତାହାଲେ ଲୋକଲୋଚନକୁ ଆଣିବାକୁ ଜୀବନ ଆହ୍ୱାନ ଦେଇଛନ୍ତି । ଦଳର ନେତାମାନେ ତାଙ୍କୁ ଏକ ଘରିଆ କରିଥିଲେ ମଧ୍ୟ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ମୁହଁକୁ ଚାହିଁ କାମ କରୁଥିଲେ ବୋଲି ଜୀବନ କହିଛନ୍ତି ।

ଜୀବନଙ୍କ ଅଭିଯୋଗ ସମ୍ପର୍କରେ ‘ବଡ଼ ଖବର’ ପକ୍ଷରୁ ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନାଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲା । ମାତ୍ର ସେ ପାଟି ଖୋଲିନଥିଲେ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି