Masthead

ବିଜେଡିକୁ ବାଏ ବାଏ

ବାଲେଶ୍ୱର, (ବଡ଼ ଖବର ବ୍ୟୁରୋ): ଦଳ ବିରୋଧୀ କାର୍ଯ୍ୟ ଯୋଗୁଁ ବିଜେଡିରୁ ବହିଷ୍କୃତ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ ଆଜି ମୁହଁ ଖୋଲିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସେ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ସେ କହିଛନ୍ତି, ତାଙ୍କୁ ବାରମ୍ବାର ଅପମାନିତ କରାଯାଉଥିଲା । ଦଳୀୟ ନେତାମାନେ ଦେଉଥିଲେ ମାନସିକ ନିର୍ୟାତନା । ଉପନିର୍ବାଚନ ସମୟରେ ବିଜେଡିର ତୁଙ୍ଗନେତାମାନେ ପ୍ରଚାରରୁ ଦୂରେଇ ରଖବାରୁ ତାଙ୍କର ସନ୍ଦେହ ବଢିଥିଲା । ତେଣୁ ଏଭଳି କାର୍ଯ୍ୟାନୁଷ୍ଠାନ ପରେ ସେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ ଆହୁରି କହିଛନ୍ତି, ସେ ଜଣେ ଶୃଙ୍ଖଳିତ କର୍ମୀ ହିସାବରେ ଦଳ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ୨୦୦୯ ମସିହାରେ ବିଜେଡି ସଂଗଠନ ସୁଦୃଢ଼ ନଥିଲା । ସେତେବେଳେ ସେ ଦଳର ବିଧାୟକ ହୋଇ ବିଜେଡିକୁ ମଜଭୂତ କରିଥିଲେ । ସେହିପରି ୨୦୧୪ ନିର୍ବାଚନରେ ମଧ୍ୟ ବିଧାୟକ ହୋଇଥିଲେ। ଦୁଇଥର ବ୍ଲକ ଚେୟାରମ୍ୟାନ ଓ ମୁନିସିପାଲିଟି ଚେୟାରମ୍ୟାନ ହୋଇଥିବା ଜୀବନ ବିଜେଡି ମୋହ ତୁଟାଇଛନ୍ତି । ଏପରିକି ଉପ ନିର୍ବାଚନରେ ନୂଆମୁହଁକୁ ଟିକେଟ ଦେବା ପରେ ମଧ୍ୟ ସେ ପ୍ରଚାର କରୁଥିଲେ । ପକ୍ଷ ରଖିବାକୁ ତାଙ୍କୁ ସୁଯୋଗ ଦିଆଯାଇ ନାହିଁ । କୌଣସି କାରଣ ନଥାଇ ତାଙ୍କୁ ଦଳରୁ ନିଲମ୍ବିତ କରିଥିବାରୁ ସେ ବିଜେଡିର ପ୍ରାଥମିକ ସଦସ୍ୟରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଅର୍ଥାତ ବିଜେଡିକୁ ବାଏ ବାଏ କରିଛନ୍ତି ଜୀବନ ।

ଅନ୍ୟପଟେ ଜୀବନ ଆଉ ଏକ ତେର୍ଚ୍ଛାବାଣ ମାରି ଷଡ଼ଯନ୍ତ୍ରକାରୀଙ୍କ ଆଡ଼କୁ ଇଙ୍ଗିତ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି, ଯଦି ତାଙ୍କ ବିରୋଧରେ ସେମିତି କିଛି ପ୍ରମାଣ ଥିଲା ତା’ହେଲେ ଗଣମାଧ୍ୟମରେ ଏହାକୁ ରଖିଲେ ନାହିଁ କାହିଁକି । ଅନ୍ୟପଟେ ଏକ ଅଡିଓକୁ ନେଇ ତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଜୀବନ କହିଛନ୍ତି, ସୁପ୍ରିମକୋର୍ଟରେ ଅଡିଓକୁ ପ୍ରମାଣ ଭାବେ ଗ୍ରହଣ କରାଯାଏ ନାହିଁ । ଯଦି ଆଉ କିଛି ଠୋସ ପ୍ରମାଣ ରହିଛି, ତାହାଲେ ଲୋକଲୋଚନକୁ ଆଣିବାକୁ ଜୀବନ ଆହ୍ୱାନ ଦେଇଛନ୍ତି । ଦଳର ନେତାମାନେ ତାଙ୍କୁ ଏକ ଘରିଆ କରିଥିଲେ ମଧ୍ୟ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ମୁହଁକୁ ଚାହିଁ କାମ କରୁଥିଲେ ବୋଲି ଜୀବନ କହିଛନ୍ତି ।

ଜୀବନଙ୍କ ଅଭିଯୋଗ ସମ୍ପର୍କରେ ‘ବଡ଼ ଖବର’ ପକ୍ଷରୁ ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନାଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲା । ମାତ୍ର ସେ ପାଟି ଖୋଲିନଥିଲେ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ