Masthead

ମୋଦି-ରାଜନାଥ ବୈଠକ, ପାକିସ୍ତାନ ଉପରେ ବଦଲା!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ ନେବ ବଡ଼ ବଦଲା । ପାକିସ୍ତାନକୁ ଚାରିପଟୁ ଘେରିବ ହିନ୍ଦୁସ୍ଥାନ । ଆତଙ୍କବାଦୀ ଦେଶ ପାକିସ୍ତାନର ନିସ୍ତାର ନାହିଁ । ଏନେଇ ବଡ଼ ରଣନୀତି କରୁଛି ଭାରତ ସରକାର । ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଉଭୟଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ପାକିସ୍ତାନକୁ କେମିତି ଉଚିତ ଯବାବ ଦିଆଯିବ ସେନେଇ ଆଲୋଚନା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ମୋଦିଙ୍କ ଓ ରାଜନାଥ ବୈଠକରେ ଉପସ୍ଥିତି ଥିଲେ ଏନଏସଏ ଅଜିତ ଡୋଭାଲ । ଯେତେବେଳେ ଭାରତର ପ୍ରମୁଖ ନେତା ଆଲୋଚନା କରିଛନ୍ତି ଏ କଥା କୁହାଯାଇପାରେ ଯେ ପାକିସ୍ତାନ ବିରୋଧରେ ବଡ଼ ଆକ୍ସନ ନେଇ ପାରନ୍ତି ।

ସେପଟେ ପ୍ରତିରକ୍ଷା ଅଧିକାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ସେନାର ସମସ୍ତ ଅଫିସରଙ୍କୁ ହାଇଆଲର୍ଟରେ ରଖାଯାଇଛି । ପହଲଗାମ ଆକ୍ରମଣରେ ଯାଇଛି ୨୭ ଜଣଙ୍କ ଜୀବନ । ଆତଙ୍କବାଦୀ ନରସଂହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି । ଭାରତ ଧିରେ ଧିରେ ପାକିସ୍ତାନ ଉପରେ ବଦଲା ନେବାରେ ଲାଗିଛି । ସିନ୍ଧୁ ନଦୀ ଚୁକ୍ତିକୁ ସ୍ଥଗିତ ରଖିବା କୁହାଯ୍ଧମ କି ପାକିସ୍ତାନ ଗଣମାଧ୍ୟମ ଉପରେ ଭାରତର ରୋକ କୁହାଯାଉ । ପହଲଗାମ ଆକ୍ରମଣ ଦେଶବାସୀଙ୍କ ମନରୁ ଲିଭୁନଥିବା ବେଳେ ଏହାର ଉଚିତ ଯବାବ ଦେବାକୁ ମିଳିନ୍ନ ମହଲରେ ଗୁଞ୍ଜରଣ ସୃଷ୍ଟି ହେଲାଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଆଜି ରଜ ସଂକ୍ରାନ୍ତି, ଗାଁଠୁ ସହର ସବୁଠି ଉତ୍ସାହ 🔴 ‘୧୧ଏ’ ସିଟ, ବଂଚିଯାଉଛି ଜୀବନ 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ