Masthead

ବାରଣ୍ଡାରେ ବସିଥିଲେ, ମାଡି ଗଲା କାର୍

ଭଞ୍ଜନଗର (ବଡ଼ ଖବର ବ୍ୟୁରୋ): ଘର ବାରଣ୍ଡାରେ ବସିଥିବା ବେଳେ, ଘର ଉପରକୁ ମାଡିଗଲା କାର୍ । ଘଟଣା ସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ, ଜଣେ ଶିଶୁ ଏବଂ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗଂଜାମ ଜିଲ୍ଲା ଗାଙ୍ଗପୁର ଥାନା ବ୍ରହ୍ମପୁର – ଭଂଜନଗର ମୁଖ୍ୟ ରାସ୍ତାର କେଶରାପଲ୍ଲୀ ଗାଁରେ ଘଟିଛି ଏଭଳି ଘଟଣା । ଜଣକ ମୃତୁ୍ୟ ଘଟିବା ପରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।

ବ୍ରହ୍ମପୁର – ଭଂଜନଗର ମୁଖ୍ୟ ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ ରହିଛି । ଘଟଣାସ୍ଥଳରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ସଂପୃକ୍ତ କାର୍ ଚାଳକକୁ ଅଟକ ରଖିଛନ୍ତି । ମୃତ ମହିଳା ଜଣକ ହେଲେ କେଶରାପଲ୍ଲୀ ଗାଁର ସଂଯୁକ୍ତା ବିଷୋୟୀ । କେଶରାପଲ୍ଲୀ ଗାଁର ମୁଖ୍ୟ ରାସ୍ତାକଡରେ ଥିବା ଏକ ଘର ବାରଣ୍ଡାରେ କିଛି ମହିଳା ଏବଂ ଛୋଟ ଛୁଆ ବସିଥିଲେ । ରାତିରେ ବ୍ରହ୍ମପୁର ପଟୁ ଭଂଜନଗର ଅଭିମୁଖେ ଆସୁଥିବା ଏକ କାର୍, ଘର ଉପରକୁ ମାଡି ଯାଇଥିଲା ।

ଏବଂ ଘଟଣାସ୍ଥଳରେ ଗାଡ଼ିରେ ଚାପି ହୋଇ ସଂଯୁକ୍ତାଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଜଣେ ମହିଳା ଏବଂ ଜଣେ ଶିଶୁ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଉଧାର କରି ପ୍ରଥମେ ଆସିକା ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ ରାସ୍ତାରେ ଟାୟାର୍ ଜାଳି ଅବରୋଧ କରିଥିଲେ ଗ୍ରାମବାସୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା