Masthead

ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଟେଷ୍ଟ କ୍ରିକେଟରୁ ଅବସର ନେଲେ ବିରାଟ କୋହଲି । ଅବସର ନେଇ ସୋସିଆଲ ମିଡିଆରେ ପୋଷ୍ଟ କଲେ ବିରାଟ । ପୂର୍ବରୁ ଟି-ଟ୍ବେଣ୍ଟିରୁ ଅବସର ନେଇଥିଲେ ବିରାଟ । ରୋହିତ ଶର୍ମା ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିବାର ୫ଦିନ ପରେ ବିରାଟ କୋହଲି ଅବସର ନେଇଛନ୍ତି । ବିସିସିଆଇକୁ ଅବସର ବିଷୟ ଜଣାଇଥିଲେ । ନିଷ୍ପତ୍ତି ବଦଳାଇବାକୁ ବିସିସିଆଇ ଅନୁରୋଧ କରିଥିଲା । ହେଲେ କୋହଲି ତାଙ୍କ ନିଷ୍ପତ୍ତିରେ ଅଟଳ ରହିଲେ । ଇନଷ୍ଟାରେ ପୋଷ୍ଟ କରି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି କିଙ୍ଗ୍‌ କୋହଲି । ପୂର୍ବରୁ ଟି-୨୦ରୁ ଅବସର ନେଇଥିଲେ ।

୩୬ ବର୍ଷୀୟ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫି ଖେଳୁଥିବାର ନଜର ଆସିଥିଲେ । ଯେଉଁଠି ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୩ ସ୍କୋରରେ ହାରିଥିଲା । ବିରାଟଙ୍କ ଟେଷ୍ଟ୍ ଡେବ୍ୟୁ ଜୁନ୍ ୨୦୧୧ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କିଙ୍ଗ୍ସଟନରେ ହୋଇଥିଲା । କୋହଲି ସେତେବେଳେ ପ୍ରଥମ ପାଳିରେ ୪ ଏବଂ ଦ୍ବିତୀୟ ପାଳିରେ ୧୫ ରନ୍ କରିଥିଲେ ।

ଅନ୍ୟପକ୍ଷରେ କିଙ୍ଗ୍ କୋହଲିଙ୍କ ଅନ୍ତିମ ଟେଷ୍ଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଇଥିଲା । ଯାହା ୨୦୨୫ ଜାନୁଆରୀ ମାସରେ ଖେଳାଯାଇଥିଲା । ଏହି ଅନ୍ତିମ ମ୍ୟାଚରେ କୋହଲି ପ୍ରଥମ ପାଳିରେ ୧୭ ଏବଂ ଦ୍ବିତୀୟ ପାଳିରେ ୬ ରନ୍ କରିଥିଲେ । ତେବେ ବର୍ତ୍ତମାନ ୧୪ ବର୍ଷର ଟେଷ୍ଟ କ୍ୟାରିୟରକୁ ବାଏ ବାଏ କହିଛନ୍ତି କିଙ୍ଗ୍ କୋହଲି । ଟେଷ୍ଟରେ ୧୨୩ ମ୍ୟାଚ୍ ଖେଳି ୯,୨୩୦ ରନ୍ କରିଛନ୍ତି ବିରାଟ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ବିହାର ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା 🔴 କଟକ ସହରରେ କର୍ଫ୍ୟୁ 🔴 ୨୦ ଜିଲ୍ଲାକୁ ସତର୍କ 🔴 ସିସିଟିଭି ଫୁଟେଜକୁ ଖଣ୍ଡନ କଲା ପୋଲିସ 🔴 ଜାପାନର ହୋଂସୁ ପୂର୍ବ ଉପକୂଳରେ ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା