Masthead

ଆଜିଠୁ ବିଜେପିର ‘ତ୍ରିରଙ୍ଗା ଯାତ୍ରା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଜି ଦେଶବ୍ୟାପୀ ତ୍ରିରଙ୍ଗା ଶୋଭାଯାତ୍ରା । ତ୍ରିରଙ୍ଗା ଶୋଭାଯାତ୍ରା କରିବ ବିଜେପି । ଅପରେସନ ସିନ୍ଦୂର ସଫଳତାକୁ ନେଇ ହେବ ଶୋଭାଯାତ୍ରା । ମେ ୨୪ ତାରିଖ ଯାଏଁ ଚାଲିବ ତ୍ରିରଙ୍ଗା ଶୋଭାଯାତ୍ରା । ଏହି ଯାତ୍ରାରେ ଅପରେସନ ସିନ୍ଦୂରର ଉପଲବ୍ଧି ସମ୍ପର୍କରେ ସବୁ ଲୋକଙ୍କୁ ଅବଗତ କରାଯିବ । ଏହି ଅପରେସନ ମାଧ୍ୟମରେ ଭାରତ କିପରି ନିଜ ନାଗରିକଙ୍କ ସୁରକ୍ଷା ମଜଭୁତ କରିବା ସହ ଦେଶର ସ୍ବାଭିମାନକୁ ସୁରକ୍ଷିତ ରଖିଛି ସେନେଇ ଲୋକଙ୍କୁ ଜଣାଯିବ ।

ଦେଶର ବରିଷ୍ଠ ନେତା ଓ ମନ୍ତ୍ରୀମାନେ ତ୍ରିରଙ୍ଗା ଯାତ୍ରା ପରିଚାଳନା କରିବେ । ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ଯାତ୍ରାରେ ସାମିଲ ହେବେ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ନିର୍ବାଚିତ ପ୍ରତିନିଧି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଦ୍ୱାରା ଘୋଷିତ ଏହି ତ୍ରିରଙ୍ଗା ଯାତ୍ରାର ଉଦ୍ଦେଶ୍ୟ ଭାରତୀୟ ସେନାକୁ ସମ୍ମାନ ଦେବା ଓ ଅପରେସନ ସିନ୍ଦୂରର ସଫଳତା ବିଷୟରେ ଜଣାଇବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ