ଭାରତ-ମିମିଆଁମାର ସୀମାରେ ୧୦ ଉଗ୍ରବାଦୀ ନିପାତ

ଆସାମ(ବଡ଼ ଖବର ବ୍ୟୁରୋ): ଭାରତ-ମିଆଁମାର ସୀମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ୧୦ ଉଗ୍ରବାଦୀ ନିପାତ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ମଣିପୁର ଚାନ୍ଦେଲରେ ସେନା-ଆସାମ ରାଇଫଲ୍ସର ମିଳିତ ଅପରେସନ ଏହି ବଡ ସଫଳତା ମିଳିଛି ।ଏବେବି ସେଠାରେ କମ୍ୱିଂ ଜାରି ରହିଛି । ମିଆଁମାର ସୀମାନ୍ତରେ ଥିବା ନ୍ୟୁ ସାମତାଲ ଗ୍ରାମ ନିକଟରେ ସନ୍ଦିଗ୍ଧ ସଶସ୍ତ୍ର ଆତଙ୍କବାଦୀଙ୍କ ଗତିବିଧି ବିଷୟରେ ବିଶ୍ୱସ୍ତ ଗୁଇନ୍ଦା ସୂଚନା ପରେ ସେନା ଅଧିକାରୀମାନେ ନିଶ୍ଚିତ କରି ଅପରେସନ୍ ଆରମ୍ଭ କରିଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ସେୟାର କରି ଭାରତୀୟ ସେନାର ପୂର୍ବ କମାଣ୍ଡ କହିଛି ଯେ ମେ ୧୪ ତାରିଖରେ, ଆସାମ ରାଇଫଲ୍ସର ଏକ ୟୁନିଟ୍ ସ୍ପିୟର କୋର୍ପସ ଅଧୀନରେ ଖେଙ୍ଗଜୋୟ ତହସିଲର ନ୍ୟୁ ସାମତାଲ ଗାଁରେ ଏହି ଅପରେସନ ଆରମ୍ଭ କରିଥିଲା। ଏହି ଅଞ୍ଚଳ ଭାରତ-ମିଆଁମାର ଅନ୍ତର୍ଜାତୀୟ ସୀମା ନିକଟରେ ଅବସ୍ଥିତ, ଯାହା ପ୍ରାୟତଃ ଆତଙ୍କବାଦୀ କାର୍ୟ୍ୟକଳାପର କେନ୍ଦ୍ର ହୋଇ ରହିଥାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ