Masthead

ପାଣି ପାଇଁ ଘାଣ୍ଟି ହେଉଛନ୍ତି ଗ୍ରାମବାସୀ

ମାଥିଲି (ବଡ଼ ଖବର ବ୍ୟଚରୋ): ପାଣି ପାଇଁ ଘାଣ୍ଟି ହେଉଛନ୍ତି ଆଦିବାସୀ ଗ୍ରାମବାସୀ । ଶୋଷ ମେଣ୍ଟାଉଛି ଏକମାତ୍ର ନଳକୂପ । ବର୍ଷ ବର୍ଷ ଧରି ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ। ଗୋଟିଏ ନଳକୂପରେ ଗୋରୁ ମଣିଷ ପିଉଛନ୍ତି ପାଣି । ମାଥିଲି ବ୍ଲକର କୁଟୁଣିପାଲ୍ଲୀ ପଞ୍ଚାୟତ ନିକଟରେ ଥିବା କଲୋନୀ ସାହିରେ ଗ୍ରାମବାସୀ କହିବା ଅନୁଯାୟୀ ଗାଁରେ ୩୦ରୁ ୩୫ ପରିବାର ବସବାସ କରନ୍ତି ।

ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୧୦୦ ମିଟର ହେବ ତଥାପି ଗ୍ରାମକୁ ଆଜି ପର୍ଯ୍ୟନ୍ତ ପାଇପ ଯୋଗେ ପାନୀୟଜଳ ପହଞ୍ଚେଇ ପାରିଲା ନାହିଁ ପଞ୍ଚାୟତ । ସରକାରଙ୍କ ପକ୍ଷରୁ ଏକମାତ୍ର ନଳକୂପ ବସାଇ କାର୍ଯ୍ୟ ସାରି ଦେଇଛି । ଯାହା ଗ୍ରାମବାସୀଙ୍କ ସମୁଦ୍ରକୁ ଶଙ୍ଖେ ପରି ସଦୃଶ୍ୟ । ଗାଁରେ ଏକମାତ୍ର ନଳକୂପରେ ଗାଁର ଯେଉଁଠି ମଣିଷ ସେଇଠି ଗୋରୁ ଶୋଷ ମେଣ୍ଟାଉଛନ୍ତି ।

ଗୋଟିଏ ନଳକୂପରେ ପାନୀୟଜଳ ପର୍ଯ୍ୟାପ୍ତ ନହେବାରୁ ଗାଁରୁ ୧୦୦ ମିଟର ଦୂରରେ ଥିବା ଉଚ୍ଚ ବିଦ୍ୟାଳୟ ପରିସର ଥିବା ନଳକୂପରୁ ପାଣି ଆଣି ତୃଷ୍ଣା ମେଣ୍ଟାଉ ଥିବା ମହିଳା ମାନେ ଅଭିଯୋଗ କରିଛନ୍ତି ।ବର୍ତ୍ତମାନ ବିଦ୍ୟାଳୟ ଗ୍ରୀଷ୍ମ ଛୁଟି ଥିବାରୁ ଜେନେତେନେ ପ୍ରକାରେ ଚଳି ଯାଉଛନ୍ତି । କିନ୍ତୁ ବିଦ୍ୟାଳୟ ଖୋଲିଲେ ଆଉ ପାନୀୟଜଳ ଆଣିବା ବନ୍ଦ ହୋଇଯାଏ ବୋଲି ଗ୍ରାମବାସୀ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର