Masthead

୩୨ ପାକିସ୍ତାନୀ ସେନା ନିହତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ପହଲଗାମ ପ୍ରତିଶୋଧ ନେଇ ଅପରେସନ୍ ସିନ୍ଦୂରରେ ଭାରତର ପ୍ରଚଣ୍ଡ ପ୍ରହାର ପାକିସ୍ତାନର ଅଣ୍ଟା ଭାଙ୍ଗି ଦେଇଛି । ଭାରତର ଆକ୍ରମଣରେ ଆତଙ୍କୀସ୍ଥାନର ନିଦ ଉଡ଼ିଯାଇଛି । ପ୍ରତି ମୂହୁର୍ତ୍ତରେ ଡ଼ରି ଡ଼ରି ବଞ୍ଚୁଛି । ସେପଟେ ବଲୁଚିସ୍ତାନରେ ପାକିସ୍ତାନ ସେନା ଉପରେ ଆକ୍ରମଣ ହୋଇଛି । BLA  ଆକ୍ରମଣରେ ୩୨ ପାକିସ୍ତାନୀ ସେନା ନିହତ ସୂଚନା ମିଳିଛି । ବଲୁଚିସ୍ତାନରେ ପାକ୍ ସେନାଙ୍କୁ ଟାର୍ଗେଟ୍ କରିଥିଲା BLA । ପାକିସ୍ତାନର ସେନାର ଗାଡ଼ିକୁ ଟାର୍ଗେଟେ କରିଥିଲେ BLA । ବିସ୍ଫୋରଣରେ ୩ଟି ଗାଡ଼ି ଧ୍ବଂସ ହୋଇଥିବା ସୂଚନା ରହିଛି ।

ଅନ୍ୟପଟେ ଗୁଜରାଟରୁ ଆଉ ଜଣେ ଗୁପ୍ତଚର ଗିରଫ ।  ଦେଶଦ୍ରୋହ ଅଭିଯୋଗରେ ସହଦବ ସିଂ ଗୋହିଲ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ଗୁଜରାଟ ଏଟିଏଏସ । ତାଙ୍କ ବିରୋଧରେ ଭାରତୀୟ ନୌସେନାର ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନ ଦେଉଥବା ସାଂଘାତ ଅଭିଯୋଗ ଲାଗିଛି । ଏଥିସହ ବିଏସ୍‌ଏଫର ଅନେକ ତଥ୍ୟ ମଧ୍ୟ ପାକିସ୍ତାନକୁ ଦେଇଥିବା ସୂଚନା ମିଳିଛି । ମେ ୨ରେ ସହଦେବଙ୍କୁ ଜେରା ପାଇଁ ଡକାଯାଇଥିଲା ।

ଆଦିତ ଭରଦ୍ବାଜ ନାମ୍ନୀ ମହିଳା ସହ ସେ ହ୍ୱାଟ୍ସଆପ୍ ଚାର୍ଟ କରି ତଥ୍ୟ ଦେଉଥିବା କହିଥିଲେ ଓ ସେହି ଆଦିତି ପାକିସ୍ତାନର ଏଜେଣ୍ଟ ବୋଲି ସେ ପରେ ଜାଣିବାକୁ ପାଇଥିଲେ ତେବେ ତଥ୍ୟ ଦେବା ପାଇଁ ୪୦ହଜାର ଟଙ୍କାର ଡିଲ୍‌ ହୋଇଥିଲା । ନିକଟରେ ୧୫ଜଣ ଗୁପ୍ତଚରଙ୍କୁ ଦେଶର ବିଭିନ୍ନ ରାଜ୍ୟରୁ ଗିରଫ କରାଯାଇଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼