ଧଳା ଜହରର ହବ୍ ବାଲେଶ୍ୱର

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବାଲେଶ୍ୱରରେ ବେଧଡକ ଚାଲିଛି ବ୍ରାଉନସୁଗାର କାରବାର । ଚେକିଂ, ବ୍ଲକିଂ, ଚଢଉ ପରେ ମଧ୍ୟ ପୋଲିସକୁ ଚକମା ଦେଇ ଚାଲିଛି ବ୍ରାଉନସୁଗାର ବ୍ୟବସାୟ । କହିବାକୁ ଗଲେ ବ୍ରାଉନସୁଗାରର ହବ ପାଲଟିଛି ବାଲେଶ୍ୱର । ପଶ୍ଚିମବଙ୍ଗ ଭାୟା ବାଲେଶ୍ୱର ହୋଇ ଓଡ଼ିଶାରେ ପହଞ୍ଚୁଛି ଏହି ଧଳା ଜହର । ରାତାରାତି କୋଟିପତି ହେବା ନିଶାରେ ଯୁବପିଢି ମାତିଛନ୍ତି ଏହି କଳା ବେପାରରେ । ଏହି କାରବାରରେ ଚେକ୍ ଦେବାକୁ ଯାଇ ପୋଲିସ ପୂର୍ବରୁ ଅନେକ ସଫଳତା ପାଇଛି ସତ, ମାତ୍ର ସମ୍ପୂର୍ଣ୍ଣ ରୋକିବାରେ ସଫଳ ହୋଇପାରି ନାହିଁ । ଆଜି ପୁଣି କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ । ବାଲେଶ୍ୱର ସହଦେବଖୁଣ୍ଟା ଥାନା ଜ୍ୟୋତିସାଗର ହୋଟେଲ ନିକଟରେ ଧଳା ଜହର କାରବାର ହେଉଥିବା ଖବର ପାଇ ଚଢଉ କରିଥିଲା ଏସଟିଏଫ । ସ୍ଥାନୀୟ ପୋଲିସର ସହାୟତାରେ ଏସଟିଏଫର ତିନିଜଣିଆ ଟିମ ୩ ଅପରାଧୀଙ୍କୁ କାବୁ କରିବାରେ ସକ୍ଷମ ହୋଇଛି । ସେମାନଙ୍କ ନିକଟରୁ ଏକ କେଜି ୧୦୫ଗ୍ରାମର ବ୍ରାଉନସୁଗାର, ନଗଦ ୮୫ହଜାର ୬୮୦ଟଙ୍କା ଜବତ ହୋଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧କୋଟିରୁ ଉଦ୍ଧ୍ୱର୍ ହେବା ବୋଲି ଅନୁମାନ କରାଯାଉଛି । ଗିରଫ ୩ ଜଣ ହେଉଛନ୍ତି ଏସକେ ଜମିର, ପ୍ରଭାତ କୁମାର ସେଠୀ ଓ ଯଶୋବନ୍ତ ବାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ