Masthead

ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କ୍ୟାବିନେଟର ବଡ଼ ନିଷ୍ପତ୍ତି । ବଢିଲା ଧାନର ଏମଏସପି । ଖରିଫ୍ ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର । ଏବେ ଧାନ କ୍ୱିଣ୍ଟାଲକୁ ମିିଳିବ ୨୩୬୯ ଟଙ୍କା ।ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା । ଚାଷୀମାନଙ୍କର ସୁବିଧା ପାଇଁ ୧୪ଟି ଖରିଫ୍ ଫସଲର ଏମଏସପିକୁ ବୃଦ୍ଧି କରାଯାଇଛି । ଧାନର ଏମଏସପି ଗତବର୍ଷ ତୁଳନାରେ କ୍ୱିଣ୍ଟାଲ ପିଛା ୬୯ ଟଙ୍କାକୁ ବୃଦ୍ଧି ପାଇଛି । ଯାହାଫଳରେ ଧାନ କ୍ୱିଣ୍ଟାଲ ପିଛା ୨୩୬୯ ଟଙ୍କା ମିଳିବ । ଗ୍ରେଡ୍ ଏ’ ଧାନ କ୍ୱିଣ୍ଟାଲ ପିଛା ୨୩୮୯ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଜୱାର କ୍ୱିଣ୍ଟାଲ ପିଛା ୩୨୮ ଟଙ୍କା, ବାଜରା ୧୫୦, ରାଗି ୫୬୯, ହରଡ଼ ଡାଲି ୪୫୦ ଟଙ୍କା, ମୁଗ ଡାଲି ଏମଏସପି ୬୮, ବାଦାମ ୪୮୦, ସୂର୍ଯ୍ୟମୁଖୀ ୪୪୧, ସୋୟାବିନ ୪୩୬ ଟଙ୍କା ବୃଦ୍ଧିକୁ ଅନୁମୋଦନ ମିଳିଛି । ଏଥିପାଇଁ ସରକାର ୨ ଲକ୍ଷ ୭ ହଜାର କୋଟି ଟଙ୍କା ନିବେଷ କରିବେ ବୋଲି ଧାର୍ଯ୍ୟ କରିଛନ୍ତି ।

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚାଷୀଙ୍କ ପାଇଁ ସୁଧ ଛାଡ଼ ବଜାୟ ରହିବ । ଏଥିପାଇଁ ୧୫ ହଜାର ୬୪୨ କୋଟି ଟଙ୍କା ବ୍ୟୟ ହେବ । ଏବଂ କିଷାନ କ୍ରେଡ଼ିଟ୍ କାର୍ଡ ଉପରେ ୪ ପ୍ରତିଶତ ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ସରକାରଙ୍କ ଏହି ନିୟମ ଚଳିତବର୍ଷ ୨୦୨୫-୨୬ରୁ ଲାଗୁହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଗଞ୍ଜାମରେ ଡାଇରିଆ ଆତଙ୍କ 🔴 ଆଜି ଅଧରପଣା ନୀତି 🔴 ଭାଙ୍ଗିଲା ରଥ ଚକ, ଭକ୍ତଙ୍କ କାନ୍ଧରେ ଗଲେ ଜଗନ୍ନାଥ 🔴 ଖୋଲିଲା ହୀରାକୁଦ ଗେଟ୍ 🔴 ୧୨ ଘଣ୍ଟାରେ ଲଘୁଚାପ!