Masthead

ଧାନ ଏମଏସପି ୬୯ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କ୍ୟାବିନେଟର ବଡ଼ ନିଷ୍ପତ୍ତି । ବଢିଲା ଧାନର ଏମଏସପି । ଖରିଫ୍ ଫସଲର ଏମଏସପି ବୃଦ୍ଧି କଲେ କେନ୍ଦ୍ର ସରକାର । ଏବେ ଧାନ କ୍ୱିଣ୍ଟାଲକୁ ମିିଳିବ ୨୩୬୯ ଟଙ୍କା ।ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା । ଚାଷୀମାନଙ୍କର ସୁବିଧା ପାଇଁ ୧୪ଟି ଖରିଫ୍ ଫସଲର ଏମଏସପିକୁ ବୃଦ୍ଧି କରାଯାଇଛି । ଧାନର ଏମଏସପି ଗତବର୍ଷ ତୁଳନାରେ କ୍ୱିଣ୍ଟାଲ ପିଛା ୬୯ ଟଙ୍କାକୁ ବୃଦ୍ଧି ପାଇଛି । ଯାହାଫଳରେ ଧାନ କ୍ୱିଣ୍ଟାଲ ପିଛା ୨୩୬୯ ଟଙ୍କା ମିଳିବ । ଗ୍ରେଡ୍ ଏ’ ଧାନ କ୍ୱିଣ୍ଟାଲ ପିଛା ୨୩୮୯ ଟଙ୍କା ଧାର୍ଯ୍ୟ କରାଯାଇଛି । ସେହିପରି ଜୱାର କ୍ୱିଣ୍ଟାଲ ପିଛା ୩୨୮ ଟଙ୍କା, ବାଜରା ୧୫୦, ରାଗି ୫୬୯, ହରଡ଼ ଡାଲି ୪୫୦ ଟଙ୍କା, ମୁଗ ଡାଲି ଏମଏସପି ୬୮, ବାଦାମ ୪୮୦, ସୂର୍ଯ୍ୟମୁଖୀ ୪୪୧, ସୋୟାବିନ ୪୩୬ ଟଙ୍କା ବୃଦ୍ଧିକୁ ଅନୁମୋଦନ ମିଳିଛି । ଏଥିପାଇଁ ସରକାର ୨ ଲକ୍ଷ ୭ ହଜାର କୋଟି ଟଙ୍କା ନିବେଷ କରିବେ ବୋଲି ଧାର୍ଯ୍ୟ କରିଛନ୍ତି ।

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚାଷୀଙ୍କ ପାଇଁ ସୁଧ ଛାଡ଼ ବଜାୟ ରହିବ । ଏଥିପାଇଁ ୧୫ ହଜାର ୬୪୨ କୋଟି ଟଙ୍କା ବ୍ୟୟ ହେବ । ଏବଂ କିଷାନ କ୍ରେଡ଼ିଟ୍ କାର୍ଡ ଉପରେ ୪ ପ୍ରତିଶତ ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ସରକାରଙ୍କ ଏହି ନିୟମ ଚଳିତବର୍ଷ ୨୦୨୫-୨୬ରୁ ଲାଗୁହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼