Masthead

ଚୀନ ସିସିଟିଭିକୁ ଭାରତରେ ନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଷଡ଼ଯନ୍ତ୍ର କରୁଛି ବଦମାସ ଚୀନ । ତଥ୍ୟ ନେବାକୁ ହେଉଛି ଆଭଗର । ଶତ୍ରୁ ସାଜି ଭାରତ ବିରୋଧରେ ବିଛାଉଛି ଜାଲ । ବେଇମାନ ଚୀନକୁ ଶକ୍ତ ଚାପୁଡା ମାରିଛି ଭାରତ । ଜ୍ୟୋତି ମଲହୋତ୍ରାର କଥା ମନରୁ ଲିଭି ନଥିବାବେଳେ ଏବେ ଚୀନର ଅସଲ ରୂପ ସାମ୍ନାକୁ ଆସିଛି । ଚୀନ ନିର୍ମିତ ସିସିଟିଭି କରୁଛି ଭାରତର ଗୁପ୍ତତଥ୍ୟ ଚୋରୀ । ଯେଉଁ କାରଣ ପାଇଁ ଭାରତ ସରକାରଙ୍କୁ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିଛି । ବିନା ଯାଞ୍ଚରେ ଆଉ ବିକ୍ରି ହୋଇପାରିବନି ବିଦେଶୀ ନିର୍ମିତ ସିସିଟିଭି ଓ କ୍ୟାମେରା । ଏନେଇ ଭାରତ ପକ୍ଷରୁ ନିଦେ୍ର୍ଦଶନାମା ଜାରି କରାଯାଇଛି । ଏଣିକି ଭାରତୀୟ ଲ୍ୟାବ ବିଦେଶୀ ନିର୍ମିତ ସିସିଟିଭି ଏବଂ ଅନ୍ୟାନ୍ୟ ଉପକରଣକୁ ପରୀକ୍ଷା କରାଯିବ ।

ଏବେ ସିସିଟିଭି ନିର୍ମାଣକାରୀ କମ୍ପାନୀ ଗୁଡିକୁ ଭାରତୀୟ ଲ୍ୟାବ ହାର୍ଡୱେୟାର, ସଫ୍ଟୱେୟାର ଭଳି ଇଲେକଟ୍ରିକ ସାମଗ୍ରୀ ଉପରେ ଯାଂଚ କରାଯିବ । ଚୀନର ସାଓମି, ଦାହୁଆ ଓ ଆମେରିକାର ମଟ୍ରୋଲା ଭଳି ଅନେକ ଜଣାଶୁଣା କମ୍ପାନୀକୁ ମଧ୍ୟ ଏବେ ଭାରତୀୟ ଲ୍ୟାବ୍ରେ ପରୀକ୍ଷା କରାଯିବ ।

ଏପ୍ରିଲ ୯ରେ ଏନେଇ ଭାରତ ସରକାର ଏନେଇ ନିଷ୍ପତ୍ତି ନେଇଥିଲେ । ଚୀନର ସାଓମି, ଦାହୁଆ ସହ ଆମେରିକାର ମଟ୍ରୋଲା ଭଳି ୧୭ଟି ଘରୋଇ କମ୍ପାନୀ ସହ ଏନେଇ ବୈଠକ ମଧ୍ୟ କରିଥିଲେ । ଯାହାକୁ ନେଇ ଅନ୍ୟ ବୈଦେଶିକ କମ୍ପାନୀ ଗୁଡିକ ବିରୋଧ କରିଥିଲେ ଏବଂ କିଛି ସମୟ ମାଗିଥିଲେ । ଭାରତ ସରକାରଙ୍କ ଏହି ନିଷ୍ପତ୍ତି ସମଗ୍ର ଆଇଟି କମ୍ପାନୀକୁ ଦୋହଲାଇ ଦେଇଛି । ଫଳରେ ବିରୋଧୀ ଚୀନକୁ ଶକ୍ତି ଝଟକା ଲାଗିଛି ।

 

 

 

 

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ