Masthead

ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର

ଅଯୋଧ୍ୟା(ବଡ଼ ଖବର ବ୍ୟୁରୋ): ଅଯୋଧ୍ୟାରେ ଆରମ୍ଭ ହେଲା ପ୍ରାଣପ୍ରତିଷ୍ଠାତା ଉତ୍ସବ । ଚମକି ଉଠିଲା ଅଯୋଧ୍ୟା ମନ୍ଦିରର ଶିଖର । ଆସନ୍ତା ୫ ତାରିଖ ଯାଏଁ ପ୍ରାଣପ୍ରତିଷ୍ଠାତା ସମାପନ ହେବ । ଆଜିଠୁ ଅଯୋଧ୍ୟାରେ ଶ୍ରୀରାମ ଦରବାରରେ ଆରମ୍ଭ ହେଲା ପ୍ରାଣପ୍ରତିଷ୍ଠା ଉତ୍ସବ । ଉତ୍ସବ ପୂର୍ବରୁ ଅଯୋଧ୍ୟା ମନ୍ଦିରର ଶିଖରରେ ଲାଗିଲା ସୁବର୍ଣ୍ଣ । ସୁବର୍ଣ୍ଣର ଚମକରେ ଚମକି ଉଠିଲା ଅଯୋଧ୍ୟାର ମନ୍ଦିର । ଏହି ପ୍ରାଣପ୍ରତିଷ୍ଠା ଉତ୍ସବ ଦେଖିବା ପାଇଁ ଧିରେ ଧିରେ ଜନଗହଳି ହେବାରେ ଲାଗିଛି ଅଯୋଧ୍ୟାନଗରୀ । ପ୍ରାଣପ୍ରତିଷ୍ଠା ପାଇଁ ମନ୍ଦିରରେ ମଧ୍ୟ ରୀତିନୀତି ଆରମ୍ଭ ହୋଇଗଲାଣି । ଆସନ୍ତା ୫ ତାରିଖରେ ଶ୍ରୀରାମ ଦରବାରରେ ପା୍ରଣପ୍ରତିଷ୍ଠା ହେବା ସହିତ ଅନ୍ୟ ୭ଟି ଉପମନ୍ଦିରରେ ମଧ୍ୟ ପ୍ରାଣପ୍ରତିଷ୍ଠା ହେବ । ଏଥିରେ ୧୦୧ ଆଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରାଯାଇଛି ।

ଉତ୍ସବ ପାଇଁ କଳସ ଯାତ୍ରାର ମଧ୍ୟ ଆୟୋଜନ କରାଯାଇଛି । ପ୍ରାଣପ୍ରତିଷ୍ଠା ଉତ୍ସବର କାର୍ଯ୍ୟକ୍ରମ ପାଇଁ ଆଚାର୍ଯ୍ୟ, ସନ୍ଥ, ଶ୍ରୀରାମ ମନ୍ଦିରର ଟ୍ରଷ୍ଟି ଏବଂ ଭକ୍ତମାନଙ୍କ ଏକ ବିଶାଳ ସମାବେଶରେ ସରୟୁ ନଦୀ କୂଳରୁ କଳସ ଯାତ୍ରାର ଆୟୋଜନ କରାଯାଇଛି । ଏହା ସହ ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ସୂଚନାରେ ଅଯୋଧ୍ୟାର ରାମ ମନ୍ଦିରର ତଳ ମହଲାରେ ସୁନାର କବାଟ ଲାଗିଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଉପର ମହଲାରେ କୌଣସି ସୁନାର କବାଟ ଲାଗି ନାହିଁ । ଉହର ମହଲାରେ କେବଳ ସାଗୁଆନର କବାଟ ଲାଗିଛି । ଆଗକୁ ରାମ ମନ୍ଦିରର ଶୀର୍ଷରେ ସୁନାର କଳସ ଲାଗିବାର ବ୍ୟବସ୍ତା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ଓଡିଶାକୁ ରେଡ୍ ୱାର୍ଣ୍ଣିଂ, ଭିଜିବ ସାରା ରାଜ୍ୟ 🔴 ନୂଆଖାଇ ପାଇଁ ବଲାଙ୍ଗିରରେ ନବାନ୍ନ ଲଗ୍ନ ଧାର୍ଯ୍ୟ 🔴 ୫ ହଜାର କୋଟିର ଫାଇନ୍ ଗଣିବ ମେଟା