Masthead

କେତେ ଆଉ ଯନ୍ତ୍ରଣା ସହିବେ ଇରମା

ପଡ଼ିଆ (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତର ପାଡଗାନପଲ୍ଲୀର ଇରମା ମାଡ଼କାମି । କିଛିବର୍ଷ ହେବ ସେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଆଉ ସହି ପାରୁନାହାନ୍ତି ଯନ୍ତ୍ରଣା । ଅନାଇ ରହିଛନ୍ତି ସରକାରୀ କିମ୍ବା ସେରକାରୀ ସହାୟତାକୁ ।
ଇରମା କିଛିବର୍ଷ ତଳେ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏହି ଦୁର୍ଘଟଣା ଥିଲା ଅତି ଭୟଙ୍କର । ସବୁଦିନ ପାଇଁ ସେ ଏକ ଅଙ୍ଗକୁ ହରାଇ ବସିଲେ। ମୂତ୍ରାଶୟ ଭିତରର ଏକ ଅଂଶ ନଷ୍ଟ ହେଇଯାଇଥିଲା। ସେ ଅସ୍ତ୍ରୋପଚାର କରାଇଥିଲେ । କିନ୍ତୁ ଅର୍ଥ ଅଭାବରୁ ପରବର୍ତ୍ତି ଚିକିତ୍ସା ହୋଇପାରି ନ ଥିଲା । ତେଣୁ ସେ ବାଧ୍ୟ ହୋଇ ଘରକୁ ଫେରି ଆସିଥିଲେ। ୪ବର୍ଷ ଧରି ଅର୍ଥ ଅଭାବରୁ ସେ ଯନ୍ତ୍ରଣା ଭୋଗୁଛନ୍ତି । ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ସରକାରୀ ବାବୁ ଆସିବେ ଓ ସାହାଯ୍ୟ କରିବେ ସେହି ଆଶାରେ ଦିନ କାଟୁଛନ୍ତି ଇରମାଙ୍କ ପରିବାର। ଘରେ ଖାଇବା ପାଇଁ ନା ଅଛି ଦାନା ନା ଅଛି ଲୁଣ କିଣିବା ପାଇଁ ସମ୍ବଳ । ନିଜ ଅକ୍ଷମତା ଯୋଗୁ ୩ ଛୁଆ ଓ ସ୍ତ୍ରୀଙ୍କ କାନ୍ଧରେ ସେ ଝୁଲିଛନ୍ତି । ସେମାନେ ହିଁ ତାଙ୍କର ସାହା ଭରସା । ଇରମାର ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଗାଁ ଲୋକେ ଓ ସରପଞ୍ଚ ପ୍ରଶାସନ ପାଖରେ ନିବେଦନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି