Masthead

ପୁଣି ଅଶାନ୍ତ ମଣିପୁର, ୫ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ

ମଣିପୁର (ବଡ଼ ଖବର ବ୍ୟୁରୋ): ପୁଣି ଅଶାନ୍ତ ମଣିପୁର ।  ବିଷ୍ଣୁପୁର ଜିଲ୍ଲାରେ ହିଂସାତ୍ମକ ପ୍ରତିବାଦକୁ ନେଇ ଅଶାନ୍ତ ହେବାରେ ଲାଗିଛି ମଣିପୁର । ଯେଉଁଥିପାଇଁ ୫ ଜିଲ୍ଲାରେ ୫ ଦିନ ପାଇଁ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ୫ ଟି ଜିଲ୍ଲା ଇମ୍ଫାଲ ୱେଷ୍ଟ, ଇମ୍ଫାଳ ଇଷ୍ଟ, ଥୌବଲ, ବିଷ୍ଣୁପୁର ଓ କକଚିଂଗ୍ ଜିଲ୍ଲାରେ ଇଣ୍ଟରନେଟ୍ ଓ ମୋବାଇଲ୍ ସେବା ବନ୍ଦ କରଯାଇଛି । ଖାଲି ସେତିକି ନୁହେଁ ବିିଷ୍ଣୁପୁର ଜିଲ୍ଲାରେ ପୁଣି କର୍ଫ୍ୟୁ ଆରମ୍ଭ ହୋଇଛି । ରାଜ୍ୟରେ ବଢୁଥିବା ହିଂସାତ୍ମକ କାର୍ଯ୍ୟକଳାପକୁ ନେଇ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଜାତୀୟ ପ୍ରତିବନ୍ଧ ଓ ମୈତେଇ ସମ୍ପ୍ରଦାୟର ଅରାମବାଇ ତେଂଗୋଲ ନାମକ ଜଣେ ନେତାଙ୍କ ଗିରଫ ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିପାଇଁ ପୁଣି ମଣିପୁର ଅଶାନ୍ତ ହେବାରେ ଲାଗିଛି । ସୋସିଆଲ ମିଡିଆ ଦ୍ୱାରା ରାଜ୍ୟରେ କିଛି ଅସାମାଜିକ କାର୍ଯ୍ୟକଳାପ ନ ହେଉ ଯାହାକୁ ନେଇ ମଣିପୁର ପ୍ରଶାସନକୁ ଭୟ ଘାରିଛି । ପ୍ରଶାସନ ଏଭଳି ନିଷ୍ପତ୍ତି ନେବା ପାଇଁ ବାଧ୍ୟ ହୋଇଛି । ଗୃହ ବିିଭାଗ ସଚିବ ଏନ୍ ଅଶୋକ କୁମାର ଏହି ବିଜ୍ଞପ୍ତି ଜାରି କରିଛନ୍ତି ।

ଜୁନ ୭ ଶନିବାର ରାତ୍ରିରେ ଇଷ୍ଟ ଇମ୍ଫାଲ ଓ ଅନ୍ୟ ଜିଲ୍ଲାରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଥିଲା । ସେପଟେ ମଣିପୁର ସରକାର କୌଣସି ଗୁଜବକୁ ବିଶ୍ୱାସ ନକରିବା ପାଇଁ ଜନତାକୁ ଅନୁରୋଧ କରିିଛନ୍ତି । ଖାଲି ସେତିକି ନୁହେଁ ଯଦି କୌଣସି ବ୍ୟକ୍ତି ଯେକୌଣସିି ଆଦେଶର ଉଲ୍ଲଙ୍ଘନ କରେ ତେବେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚେତାବନୀ ମଧ୍ୟ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ