Masthead

ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ

ଭୁବନେଶ୍ୱର(ବଡ ଖବର ବ୍ୟୁରୋ) : ଭୁବନେଶ୍ୱରରେ ନିର୍ମାଣ ହେବ ପ୍ରଥମ ଭୂତଳ ମେଟ୍ରୋ । ଏନେଇ ଅବକାରୀ ଓ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ପୂର୍ବ ପ୍ରସ୍ତାବିତ ଏଲିଭେଟେଡ ସିଷ୍ଟମ ବଦଳରେ ଏଣିକି ନିର୍ମାଣ ହେବ ଭୂତଳ ମେଟ୍ରୋ ସିଷ୍ଟମ । ପ୍ରସ୍ତାବିତ ମେଟ୍ରୋ ସିଷ୍ଟମ ପାଇଁ ନୂତନ ରୁଟ୍ ସ୍ପଷ୍ଟ କରାଯାଇନାହିଁ । ଯାହାର ଦାୟିତ୍ୱ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଦିଆଯାଇଛି । ରୁଟ୍ ସ୍ଥିର ହେବା ପରେ ରାଜ୍ୟ ସରକାର ଏହି ପ୍ରକଳ୍ପର ଅନୁମୋଦନ କରିବେ ।

ସେପଟେ ରାଜ୍ୟରେ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ପାଇଁ କୋଠା ନିର୍ମାଣ ଉପରେ ଗୁରୁତ୍ୱରାପ କରାଯାଉଛି । ରାଜ୍ୟରେ ନୂତନ ସରକାରୀ କୋଠା ସହ ‘ଓଡିଶା ମଣ୍ଡପ’ ନାମକ ଏକ ବିଶ୍ୱସ୍ତରୀୟ ସମ୍ମିଳନୀ କେନ୍ଦ୍ର ଗଠନ କରାଯିବ । ଏହି ମଣ୍ଡପରେ ପ୍ରାୟ ୧୦ ହଜାର ବ୍ୟକ୍ତିଙ୍କ ରହିବା ନେଇ ବ୍ୟବସ୍ଥା ହେବ ।  ଚନ୍ଦ୍ରଶେଖରପୁରରେ ଜମି ଚିହ୍ନଟ ହୋଇ ସାରିଥିବା ନେଇ ସୂଚନା ଦେଇଛନ୍ତି ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା