ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ବିଶ୍ୱକୁ ସ୍ତବ୍ଧ କରି ରଖିଛି ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା । ଆଉ ଏକ ବଡ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ୧୫୬ଜଣ ବିମାନ ଯାତ୍ରୀ । ପୁଣି ସେହି ଏୟାର ଇଣ୍ଡିଆ ବିମାନ । ଯାହାକି ଯାତ୍ରୀଙ୍କୁ ବେଶ ଡରାଇଦେଇଛି । ଥାଇଲାଣ୍ଡର ଫୁକେଟରୁ ଦିଲ୍ଲୀ ଅଭିମୁଖେ ଏୟାର ଇଣ୍ଡିଆ ଏଆଇ-୩୭୯ ବିମାନ ଭରିଥିଲା ଉଡାଣ । ଗୁଜବ ସୃଷ୍ଟି କାରଣରୁ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଥିଲା ।

୨୪ ଘଣ୍ଟା ପୂର୍ବରୁ ବିନାମ ଯାତ୍ରୀଙ୍କ ସହ ଘଟିଥିବା ଘଟଣାକୁ ନେଇ ଝୁରୁଛି ବିଶ୍ୱ ଆଖିରୁ ଲୁହ । ଗତକାଲିର ସେହି ଅଭିଶପ୍ତ ଦିନର କଳାବାଦଲ ଏଯାଏଁ ମନରୁ ଲିଭିନି । ନିରୀହ ଜୀବନ କେତେ ବେଳେ ଟ୍ରେନ୍ ତଳେ ତ ଆଉ କେବେ ବିମାନ ଦୁର୍ଘଟଣାରେ ଜଳି ପୋଡି ଯାଉଛି ଜୀବନ । ଏୟାର ଇଣ୍ଡିଆ ବିମାନ ଏବେ ସାଜିଛି ମୃତୁ୍ୟର ବିମାନ ।

ଆଉ ଆଜି ଏୟାର ଇଣ୍ଡିଆ ବିମାନ ଏଆଇ-୩୭୯ ରେ ବସିଥିବା ୧୫୬ ଜଣଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି । ଏହି ବିମାନଟି ଫୁକେଟରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଏଥିର ବୋମା ଥିବା ଧମକ ମିଳିଥିଲା । ତେଣୁ ପାଇଲଟ ଦୁର୍ଘଟଣାକୁ ଏଡାଇବାକୁ ଯାଇ ଜରୁରୀକାଳୀନ ଅବତରଣ କରିବା ପାଇଁ ନେଇଥିଲେ ନିଷ୍ପତ୍ତି । କିଏ ଏହି ବୋମା ଧମକ ଦେଇଥିଲା ଏଯାଏଁ ହୋଇନି ସ୍ପଷ୍ଟ । ଅବତରଣ ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ