Masthead

ନବଯୌବନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ (ବଡ଼ ଖବର ବ୍ୟୁରୋ): ସରିଲା ଅଣସର । ପ୍ରତୀକ୍ଷାର ଅନ୍ତ। ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା। ଇଏ ମିଳନର ମୁହୂର୍ତ୍ତ। ଚକା ଆଖି ସହ ମିଶିଲା ଆଖି। ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ । ଅଗଣିତ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ସକାଳ ୯ଟା ଯାଏଁ ପରିମାଣିକ ବା ଟିକେଟ୍ ଦର୍ଶନ ବ୍ୟବସ୍ଥା ରହିଛି। ୯ଟାରୁ ସାଢେ ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ରହିଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କାଲି ଘୋଷଯାତ୍ରା । ଆଜି ମହାପ୍ରଭୁଙ୍କ ନେତ୍ରୋତ୍ସବ । ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ।

ଅଣସର ଘରେ ଗୁପ୍ତ ନୀତି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ବିଳମ୍ୱିତ ରାତିରେ ମହାପ୍ରଭୁଙ୍କ ବନକଲାଗି ନୀତି ସମ୍ପନ୍ନ ହୋଇଛି । ୧୫ ଦିନର ଅଣସର ଶେଷ କରି ଆଜି ଶ୍ରୀବିଗ୍ରହ ଅଣସର ପିଣ୍ଡିରୁ ଭକ୍ତଙ୍କୁ ନବଯୌବନ ବେଶରେ ଦର୍ଶନ ଦେବେ ମହାବାହୁ । ସକାଳ ୮ଟାରୁ ଆରମ୍ଭ ହୋଇଛି ପାରିମାଣିକ ଦର୍ଶନ । ଘଣ୍ଟାଏ ପାରିମାଣିକ ଦର୍ଶନ ପରେ ସକାଳ ୯ଟାରୁ ସାଢେ ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ଚାଲିଛି । ଚଳିତ ବର୍ଷ ଚତୁର୍ଦ୍ଧାମୂର୍ତ୍ତି ମାତ୍ର ଅଢ଼େଇ ଘଣ୍ଟା ନବଯୌବନ ବେଶରେ ଦର୍ଶନ ଦେବେ ।

ଏହାପରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି । ନବଯୌବନ ଦର୍ଶନ ସହ ନେତ୍ରୋତ୍ସବ ମଧ୍ୟ ଗୋଟିଏ ଦିନରେ ଅନୁଷ୍ଠିତ ହେବ । ଶ୍ରୀଜିଉଙ୍କ ନବଯୌବନ ବେଶ ଦର୍ଶନ ଲାଗି ପ୍ରତିବର୍ଷ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥାଏ । ଭକ୍ତଙ୍କ ଭିଡ଼କୁ ଆଖିରେ ରଖି ଶ୍ରୀମନ୍ଦିର ଭିତରେ ଓ ବାହାରେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦର୍ଶନ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 ଭାରତ ଆସୁଛନ୍ତି ଚୀନ୍ ରାଷ୍ଟ୍ରପତି! 🔴 ଗୃହମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟ ସରକାର 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି..