Masthead

ଏକାଠି ଜଳିଲା ତିନି ଭାଇଙ୍କ ଜୁଇ

ଏକା ସାଙ୍ଗରେ ମଶାଣିରେ ଜଳିଲା ତିନି ତିନୋଟି ଜୁଇ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ):ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁରେ । ଏକା ସାଙ୍ଗରେ ମଶାଣିରେ ଜଳିଲା ତିନି ତିନୋଟି ଜୁଇ । ହସ ଖୁସିରେ ଘରୁ ଗଡିଥିଲା ଗାଡି । କିଏ ଜାଣିଥିଲା କାଳ ସାଜିବ ଗୁରୁବାର । ବର୍ଷାର କୋହଲିଆ ସନ୍ଧ୍ୟାରେ ଗୀତରେ ମଜି ଯାଇଥିଲେ ତିନି ଭାଇ । ହେଲେ ନିମିଷକେ ସବୁକିଛି ଛାର୍ଖାର ।

ନବରଙ୍ଗପୁର ଜିଲ୍ଲା ଝରିଗାଁର ସଦର ସିରାଗୁଡା ସାହିର ସାଗର ଜୈନ, ଅଙ୍କୁର ଜୈନ, ଏବଂ ସମ୍ପର୍କିୟ ଭାଇ କ୍ରିସ ଜୈନ ତିନି ଭାଇଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । କୌଣସି ଏକ କାମ ପାଇଁ ଗୁରୁବାର ସନ୍ଧ୍ୟାରେ କାର ଯୋଗେ ପୁଫୁଗାଁ ଯାଉଥିଲେ । ବାଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଥିଲା । ଫଳରେ ଗାଡିରେ ଯାଉଥିବା ତିନି ଜଣଙ୍କ ମଧ୍ୟରୁ ଦୁଇଜଣଙ୍କର ଘଟଣା ସ୍ଥଳିରେ ମୃତ୍ୟୁ ଘଟିଥିଲା । ଏବଂ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତ୍ୱପୂର୍ଣ ଥିଲା ।

ଗୁରୁତ୍ୱର ଜଣକ ଥିଲେ କ୍ରିସ୍ ଜୈନ । ତାଙ୍କୁ ବିଶଖାପାଟଣା ମେଡିକାଲକୁ ଚିକିତ୍ସା ପାଇଁ ନେବା ବାଟରେ ସାଲୁରଘାଟି ନିକଟରେ ମୃତ୍ୟୁ ଘଟିଥିଲା । ମୃତ ତିନି ଭାଇଙ୍କର ବୟଷ ୧୯ ରୁ ୨୨ ଭିତରେ ହେବ । ଭେଣ୍ଡିଆ ପୁଅମାନଙ୍କୁ ହରାଇ ଭାଙ୍ଗି ପଡିଛନ୍ତି ପରିବାର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ