Masthead

ପାଣି ଘେରରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ): ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା । ସକାଳ ୬ଟା ସୁଦ୍ଧା ଜଳସ୍ତର ୧୦.୩୯ ମିଟର୍ ପ୍ରବାହିତ ହେଉଛି । ଫଳରେ ଭୋଗରାଇ ବ୍ଳକର ୧୫ଟି ପଞ୍ଚାୟତର ୩୦ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ଘରୁ ବାହାରିବା ପାଇଁ ଡଙ୍ଗାରେ ଯାତାୟାତ କରୁଛନ୍ତି ଲୋକେ । ନଦୀ କୁଳିଆ ପଞ୍ଚାୟତ କୁମ୍ଭୀରଗଡି ଓ ଆରୁହାବର୍ତ୍ତୀରେ ପାଣି ଛାଡୁଥିଲା ବେଳେ ତଳିଆ ପଞ୍ଚାୟତରେ ପାଣି ବଢୁଥିବା ଦେଖିବାକୁ ମିଳିଛି। ସେପଟେ ଯାଜପୁର ଜିଲ୍ଲା ବୈତରଣୀ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବେଶ କରିଛି । ଏହାର ପ୍ରଭାବରେ ଶାଖା ନଦୀ କାଣୀ ପ୍ରଭାବିତ ହୋଇଛି । କାଣୀ ନଦୀର କଣ୍ଟପଡା ଠାରେ ବନ୍ଧ ମୁକୁଳା ଥିବାରୁ ବନ୍ୟା ଜଳ ଚାଷ ଜମିକୁ ମାଡ଼ିଯାଇଛି । ମଲିକାପୁର ଠାରେ କାଣୀ ନଦୀରେ ପୋଲ ନିର୍ମାଣ ଚାଲିଥିବାରୁ ପୁରୁଣା ପୋଲକୁ ଭାଙ୍ଗି ଦିଆଯାଇଥିଲା ।

ଏଣୁ ଯାତାୟାତ ପାଇଁ ଏକ ବାଉଁଶ ପୋଲ ନିର୍ମାଣ କରାଯାଇ ମଲିକାପୁର ପଲାସାହିକୁ ଯୋଗାଯୋଗ ହୋଇଥିଲା । ମାତ୍ର ବନ୍ୟା ଆସିବା ଫଳରେ ବାଉଁଶ ପୋଲଟି ଭାଙ୍ଗି ଭସାଇ ନେଇଛି । ଫଳରେ ଏହି ୨ ଗାଁ ଲୋକଙ୍କ ସମେତ ଦଶରଥପୁର ବ୍ଲକ ଏବଂ ଭଦ୍ରକର ଧାମନଗର ବ୍ଲକକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ବୈତରଣୀ ନଦୀରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ବୈତରଣୀ ନଦୀରେ ଆସିଥିବା ପ୍ରଥମ ବନ୍ୟାପାଣିରେ ଆରଡ଼ି ଅଞ୍ଚଳ ସମେତ ୪ଟି ପଞ୍ଚାୟତରେ ଶହ ଶହ ହେକ୍ଟର ଚାଷଜମିକୁ ମାଡିଯାଇଛି ବନ୍ୟାପାଣି । ଉପରମୁଣ୍ଡରୁ ଆସୁଥିବା ବନ୍ୟାପାଣି ଓ ଧାମରା ମୁହାଣ ସମୁଦ୍ରରୁ ଆସୁଥିବା ଜୁଆର ପାଣିରେ ଜଳ ନିଷ୍କାସନ ବାଧା ସୃଷ୍ଟି କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ