Masthead

ବିଦା ହେଲେ ବଟକୃଷ୍ଣ

ସତ୍ୟବାଦୀ(ବଡ଼ ଖବର ବ୍ୟୁରୋ): ଆକ୍ସନ ମୁଡରେ ପୁରୀ ଏସପି ଅଖିଳେଶ୍ୱର ସିଂ । କର୍ତ୍ତବ୍ୟରେ ଅବହେଳା ଓ ଦୁର୍ନୀତିଖୋର ପୋଲିସ କର୍ମଚାରୀଙ୍କୁ ସାବାଡ କରିବା ପାଇଁ ସେ ନେଉଛନ୍ତି ତ୍ୱରିତ ପଦକ୍ଷେପ । ସପ୍ତାହ ଭିତରେ ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେଣି ଏସପି ଅଖିଳେଶ୍ୱର ସିଂ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ୪ତାରିଖରେ କୋଣାର୍କ ଥାନା ଏସଆଇଙ୍କୁ ସସପେଣ୍ଡ କରିଥିଲେ ଏସପି ।

ଆଜି ନିଲମ୍ବିତ ହୋଇଛନ୍ତି ସତ୍ୟାବାଦୀ ଥାନା ଏଏସଆଇ ବଟକୃଷ୍ଣ ସାହୁ ।
ସୂଚନା ଅନୁଯାୟୀ ଏକ ଦୁର୍ଘଟଣା ଘଟାଇଥିବା ଗାଡ଼ିର ନମ୍ବର ପରିବର୍ତ୍ତେ ଇନ୍ସୁରାନ୍ସ ଟଙ୍କା ହଡପ ପାଇଁ କାଗଜପତ୍ରରେ ଆଉ ଏକ ଗାଡିର ନଂ ଦର୍ଶାଇଥିଲେ ଏଏସଆଇ ବଟକୃଷ୍ଣ । ଏଭଳି ବେନିୟମ କାର୍ଯ୍ୟ ସମ୍ପର୍କରେ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏସପି ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ । ସତ୍ୟାସତ୍ୟ ଜାଣିବା ପରେ ଆଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଅଖିଳେଶ୍ୱର ସିଂ । ପୂର୍ବରୁ ମଧ୍ୟ ଏଏସଆଇ ବଟକୃଷ୍ଣଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆସିଥିଲା । କିଛିଦିନ ତଳେ ସତ୍ୟବାଦି ଥାନା ଅଧିକାରୀ ମଧ୍ୟ ଜଣେ ଗଣମାଧ୍ୟମର ପ୍ରତିନିଧୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏସପିଙ୍କ ଏଭଳି କର୍ଯ୍ୟାନୁଷ୍ଠାନ ପୁରୀ ଜିଲ୍ଲାରେ କାର୍ଯ୍ୟରତ ଅନ୍ୟ ପୋଲିସ କର୍ମଚାରୀଙ୍କୁ ମାର୍ଗ ଦର୍ଶନ କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି 🔴 ଡୋଡାରେ ବାଦଲ ଫଟା ବର୍ଷା 🔴 ଆପ୍‌ ନେତାଙ୍କ ଘରେ ଇଡି ରେଡ୍‌ 🔴 ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା 🔴 ଯାଜପୁର ବୁଲିବେ ସୁରେଶ ପୂଜାରୀ 🔴 ମେଡିକାଲ କଲେଜ ଛାତରୁ ଡେଇଁ ପଡିଲେ ରୋଗୀ 🔴 ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ 🔴 ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ତାଚ୍ଛଲ୍ୟ! 🔴 ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି 🔴 ଡୋଡାରେ ବାଦଲ ଫଟା ବର୍ଷା 🔴 ଆପ୍‌ ନେତାଙ୍କ ଘରେ ଇଡି ରେଡ୍‌ 🔴 ରାଜ୍ୟରେ ଆରମ୍ଭ ହେଲା ‘ଆମ ଶାସନ’ ବ୍ୟବସ୍ଥା 🔴 ଯାଜପୁର ବୁଲିବେ ସୁରେଶ ପୂଜାରୀ 🔴 ମେଡିକାଲ କଲେଜ ଛାତରୁ ଡେଇଁ ପଡିଲେ ରୋଗୀ 🔴 ରୋଷେଇ ଘରେ ନିଆଁ ଲାଗି ଜଳିଗଲେ ସ୍ବାମୀ-ସ୍ତ୍ରୀ 🔴 ଆସୁଛି ଆଉ ଏକ ଲଘୁଚାପ 🔴 ନବୀନ ପଟ୍ଟନାୟକଙ୍କୁ ଭେଟିଲେ ରାଜ୍ୟପାଳ 🔴 ପାଣ୍ଡିଆନଙ୍କୁ ରଣେନ୍ଦ୍ରଙ୍କ ତାଚ୍ଛଲ୍ୟ!