Masthead

ବିଦା ହେଲେ ବଟକୃଷ୍ଣ

ସତ୍ୟବାଦୀ(ବଡ଼ ଖବର ବ୍ୟୁରୋ): ଆକ୍ସନ ମୁଡରେ ପୁରୀ ଏସପି ଅଖିଳେଶ୍ୱର ସିଂ । କର୍ତ୍ତବ୍ୟରେ ଅବହେଳା ଓ ଦୁର୍ନୀତିଖୋର ପୋଲିସ କର୍ମଚାରୀଙ୍କୁ ସାବାଡ କରିବା ପାଇଁ ସେ ନେଉଛନ୍ତି ତ୍ୱରିତ ପଦକ୍ଷେପ । ସପ୍ତାହ ଭିତରେ ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କଲେଣି ଏସପି ଅଖିଳେଶ୍ୱର ସିଂ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ୪ତାରିଖରେ କୋଣାର୍କ ଥାନା ଏସଆଇଙ୍କୁ ସସପେଣ୍ଡ କରିଥିଲେ ଏସପି ।

ଆଜି ନିଲମ୍ବିତ ହୋଇଛନ୍ତି ସତ୍ୟାବାଦୀ ଥାନା ଏଏସଆଇ ବଟକୃଷ୍ଣ ସାହୁ ।
ସୂଚନା ଅନୁଯାୟୀ ଏକ ଦୁର୍ଘଟଣା ଘଟାଇଥିବା ଗାଡ଼ିର ନମ୍ବର ପରିବର୍ତ୍ତେ ଇନ୍ସୁରାନ୍ସ ଟଙ୍କା ହଡପ ପାଇଁ କାଗଜପତ୍ରରେ ଆଉ ଏକ ଗାଡିର ନଂ ଦର୍ଶାଇଥିଲେ ଏଏସଆଇ ବଟକୃଷ୍ଣ । ଏଭଳି ବେନିୟମ କାର୍ଯ୍ୟ ସମ୍ପର୍କରେ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏସପି ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ । ସତ୍ୟାସତ୍ୟ ଜାଣିବା ପରେ ଆଜି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଅଖିଳେଶ୍ୱର ସିଂ । ପୂର୍ବରୁ ମଧ୍ୟ ଏଏସଆଇ ବଟକୃଷ୍ଣଙ୍କ ବିରୁଦ୍ଧରେ ଅନେକ ଅଭିଯୋଗ ଆସିଥିଲା । କିଛିଦିନ ତଳେ ସତ୍ୟବାଦି ଥାନା ଅଧିକାରୀ ମଧ୍ୟ ଜଣେ ଗଣମାଧ୍ୟମର ପ୍ରତିନିଧୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏସପିଙ୍କ ଏଭଳି କର୍ଯ୍ୟାନୁଷ୍ଠାନ ପୁରୀ ଜିଲ୍ଲାରେ କାର୍ଯ୍ୟରତ ଅନ୍ୟ ପୋଲିସ କର୍ମଚାରୀଙ୍କୁ ମାର୍ଗ ଦର୍ଶନ କରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼