ଖୋଲିଲା ହୀରାକୁଦ ଗେଟ୍

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦ ଗେଟ୍ । ଜଳଭଣ୍ଡାରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ପ୍ରଥମେ ୭ ନମ୍ବର ଗେଟ୍ ନେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଯାହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳକୁ ଖାଲି କରାଯାଇଛି । ମହାନଦୀର ତଳିଆ ଅଞ୍ଚଳରେ ଥିବା ୧୨ ଜିଲ୍ଲାପାଳଙ୍କ ସତର୍କ ରହିବାକୁ ସୂଚନା ଦିଆଯାଇଛି । ରବିବାର ସକାଳେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ନଦୀବନ୍ଧର ବାମପାର୍ଶ୍ୱର ଅର୍ଥାତ୍ ହୀରାକୁଦ ପଟର ୭ ନମ୍ବର ସ୍ପିଲ୍‌ୱେକୁ ଖୋଲାଯାଇଛି । ପରବର୍ତ୍ତୀ ସମୟରେ ୧୨ଟି ଗେଟ୍ ଖୋଲାଯିବ।

ବାମ ପାର୍ଶ୍ୱରୁ ୮ଟି, ଡାହଣ ପାର୍ଶ୍ୱରୁ ୪ଟି ଗେଟ୍ ଖୋଲାଯିବ। ସକାଳ ୯ଟା ସୁଦ୍ଧା ଜଳଭଣ୍ଡାର ୬୦୮.୩୧ ଫୁଟ୍‌ ଛୁଇଁଥିବା ଜଣାପଡିଛି । ଉପରମୁଣ୍ଡରେ ଲଗାଣ ବର୍ଷା ହେତୁ ଜଳଭଣ୍ଡାରରେ ଦ୍ରୁତଗତିରେ ବନ୍ୟାଜଳ ଭର୍ତ୍ତି ହେଉଛି । ପ୍ରତି ସେକେଣ୍ଡରେ ୨ ଲକ୍ଷରୁ ଅଧିକ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି । ପର୍ୟ୍ୟାୟକ୍ରମେ ୧୨ ଟି ଗେଟ୍ ଖୋଲାଯିବ । ସକାଳୁ ସାଇରନ ବଜାଇ ପ୍ରଥମେ ସତର୍କ କରାଯାଇଥିଲା ।

ଉପର ମୁଣ୍ଡରେ ବର୍ଷା ଦେଖି ଅଧିକ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ସକାଳୁ ସତର୍କ ସାଇରନ୍ ବାଜିବା ଆରମ୍ଭ ହୋଇଥିଲା । ହୀରାକୁଦ ଉପର ମୁଣ୍ଡରେ ସପ୍ତାହେ ହେଲା ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଜଳଭଣ୍ଡାରର ଜଳସ୍ତର ୬୦୯ ଦଶମିକ ୩୩ ଫୁଟ୍ ରହିଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୧ ଲକ୍ଷ ୩୦ ହଜାର ୨୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩୮ ହଜାର ୧୬୪ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ 🔴 ଦୁର୍ନୀତି ବିରୋଧରେ କଠୋର ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ 🔴 ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି 🔴 ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ 🔴 ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ ଆଶଙ୍କା 🔴 ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଘରେ EOW ରେଡ୍ 🔴 ମାଲକାନଗିରିରେ ମହାବଳ ବାଘ 🔴 ଆସିକାବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି ବନ୍ୟା 🔴 ରାଜ୍ୟର ଅନେକ ସ୍ଥାନରେ  ବର୍ଷା ସମ୍ଭାବନା 🔴 ଖୋଲିଲା ବାଲିମେଳା ଗେଟ୍ 🔴 ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ 🔴 ଦୁର୍ନୀତି ବିରୋଧରେ କଠୋର ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ 🔴 ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି 🔴 ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ 🔴 ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ ଆଶଙ୍କା 🔴 ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ଘରେ EOW ରେଡ୍ 🔴 ମାଲକାନଗିରିରେ ମହାବଳ ବାଘ 🔴 ଆସିକାବାସୀଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଛି ବନ୍ୟା 🔴 ରାଜ୍ୟର ଅନେକ ସ୍ଥାନରେ  ବର୍ଷା ସମ୍ଭାବନା 🔴 ଖୋଲିଲା ବାଲିମେଳା ଗେଟ୍