କ’ଣ ଚୀନ ଭାରତର ବନ୍ଧୁ ?

କ’ଣ ସତରେ ଏହା ବନ୍ଧୁତା ନା ଭାରତର ଏହା ଏକ ଆବଶ୍ୟକତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଦୁଇ ଦେଶ ମଧ୍ୟରେ ସୁଧୁରୁଛି ସମ୍ପର୍କ । କିନ୍ତୁ କ’ଣ ସତରେ ଏହା ବନ୍ଧୁତା ନା ଭାରତର ଏହା ଏକ ଆବଶ୍ୟକତା ? ଦୀର୍ଘ ପାଞ୍ଚ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ ଗସ୍ତରେ ଅଛନ୍ତି । ସେଠାରେ ସେ ଚୀନର ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସହ ଭେଟ କରିଥିଲେ ।

କହିବା ଅନୁଯାୟୀ ଏହି ଭେଟ ମାଧ୍ୟମରେ ଭାରତ ଓ ଚୀନ ସମ୍ପର୍କରେ ସୁଧାର ଆସିଛି । ବୈଦେଶିକ ମନ୍ତ୍ରୀ ସି. ଜିନପିଙ୍ଗଙ୍କୁ ପ୍ରଶଂସା କରି ନିଜ ଏକ୍ସ ଏକାଉଣ୍ଟରେ ପୋଷ୍ଟ କରିଥିଲେ । ଏହି ବୟାନକୁ ନେଇ ବିରୋଧି ଦଳ ପ୍ରଶ୍ନ ଉଠାଇ କହିଛନ୍ତି ଭାରତ ଚୀନ ସାମ୍ନାରେ ଦୁର୍ବଳ । ଭାରତର ଏପରି କ’ଣ ଦୁର୍ବଳତା ରହିଛି ଯାହା ଚୀନ ସହ ଯୋଡ଼ି ହେବାକୁ ବାଧ୍ୟ କରୁଛି । ୨୦୨୦ ମସିହାରେ ଗଲୱାନରେ ଦୁଇ ଦେଶର ସେନା ମୁହାଁ ମୁହିଁ ହୋଇଥିଲେ ।

ଯୁଦ୍ଧରେ ଭାରତର ୨୦ଜଣ ସୈନିକ ସହିଦ ହୋଇଥିଲେ । ଏତେ ସବୁ ହେବାପରେବି ଭାରତ କ’ଣ ପାଇଁ ବିଭିନ୍ନ ପ୍ରସଙ୍ଗରେ ଚୀନ ସହ ବାରମ୍ବାର ଆଲଚୋନା କରୁଛି । ଚୀନ ସହିତ ବନ୍ଧୁତା ଭାରତପାଇଁ ବାଧ୍ୟବାଧକତା କମ ଆବଶ୍ୟକତା ଅଧିକ ରହିଛି । ବିଶ୍ୱର ଦ୍ୱିତୀୟ ମହାଶକ୍ତି ହେଉଛି ଚୀନ । ସାରା ବିଶ୍ୱରେ ବାଣିଜ୍ୟ କ୍ଷେତ୍ରରେ ଚୀନ ରହିଛି ଆଗୁଆ । ଚୀନ ସହ ଶତ୍ରୁତା ବଦଳରେ ବନ୍ଧୁତା କରିପାରିଲେ ଭାରତକୁ ଲାଭ ମିଳିବ । ସମ୍ପର୍କ ସୁଧାରିବା ପାଇଁ ପ୍ରଥମ ହାତ ବଢ଼ାଉଛି ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ