Masthead

କ’ଣ ଚୀନ ଭାରତର ବନ୍ଧୁ ?

କ’ଣ ସତରେ ଏହା ବନ୍ଧୁତା ନା ଭାରତର ଏହା ଏକ ଆବଶ୍ୟକତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଦୁଇ ଦେଶ ମଧ୍ୟରେ ସୁଧୁରୁଛି ସମ୍ପର୍କ । କିନ୍ତୁ କ’ଣ ସତରେ ଏହା ବନ୍ଧୁତା ନା ଭାରତର ଏହା ଏକ ଆବଶ୍ୟକତା ? ଦୀର୍ଘ ପାଞ୍ଚ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଚୀନ ଗସ୍ତରେ ଅଛନ୍ତି । ସେଠାରେ ସେ ଚୀନର ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କ ସହ ଭେଟ କରିଥିଲେ ।

କହିବା ଅନୁଯାୟୀ ଏହି ଭେଟ ମାଧ୍ୟମରେ ଭାରତ ଓ ଚୀନ ସମ୍ପର୍କରେ ସୁଧାର ଆସିଛି । ବୈଦେଶିକ ମନ୍ତ୍ରୀ ସି. ଜିନପିଙ୍ଗଙ୍କୁ ପ୍ରଶଂସା କରି ନିଜ ଏକ୍ସ ଏକାଉଣ୍ଟରେ ପୋଷ୍ଟ କରିଥିଲେ । ଏହି ବୟାନକୁ ନେଇ ବିରୋଧି ଦଳ ପ୍ରଶ୍ନ ଉଠାଇ କହିଛନ୍ତି ଭାରତ ଚୀନ ସାମ୍ନାରେ ଦୁର୍ବଳ । ଭାରତର ଏପରି କ’ଣ ଦୁର୍ବଳତା ରହିଛି ଯାହା ଚୀନ ସହ ଯୋଡ଼ି ହେବାକୁ ବାଧ୍ୟ କରୁଛି । ୨୦୨୦ ମସିହାରେ ଗଲୱାନରେ ଦୁଇ ଦେଶର ସେନା ମୁହାଁ ମୁହିଁ ହୋଇଥିଲେ ।

ଯୁଦ୍ଧରେ ଭାରତର ୨୦ଜଣ ସୈନିକ ସହିଦ ହୋଇଥିଲେ । ଏତେ ସବୁ ହେବାପରେବି ଭାରତ କ’ଣ ପାଇଁ ବିଭିନ୍ନ ପ୍ରସଙ୍ଗରେ ଚୀନ ସହ ବାରମ୍ବାର ଆଲଚୋନା କରୁଛି । ଚୀନ ସହିତ ବନ୍ଧୁତା ଭାରତପାଇଁ ବାଧ୍ୟବାଧକତା କମ ଆବଶ୍ୟକତା ଅଧିକ ରହିଛି । ବିଶ୍ୱର ଦ୍ୱିତୀୟ ମହାଶକ୍ତି ହେଉଛି ଚୀନ । ସାରା ବିଶ୍ୱରେ ବାଣିଜ୍ୟ କ୍ଷେତ୍ରରେ ଚୀନ ରହିଛି ଆଗୁଆ । ଚୀନ ସହ ଶତ୍ରୁତା ବଦଳରେ ବନ୍ଧୁତା କରିପାରିଲେ ଭାରତକୁ ଲାଭ ମିଳିବ । ସମ୍ପର୍କ ସୁଧାରିବା ପାଇଁ ପ୍ରଥମ ହାତ ବଢ଼ାଉଛି ଭାରତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼