Masthead

ଥଣ୍ଡା ରୋଗୀଙ୍କୁ କ୍ୟାନସର ମେଡିସିନ

ଥଣ୍ଡା-ସର୍ଦ୍ଦି ରୋଗୀଙ୍କୁ କ୍ୟାନସର ମେଡିସିନ ଦେଇଛନ୍ତି ଡ଼ାକ୍ତର

ରାଜସ୍ଥାନ(ବଡ଼ ଖବର ବ୍ୟୁରୋ): ଡ଼ାକ୍ତର ହେଉଛନ୍ତି ଆମର ଦ୍ୱିତୀୟ ଭଗବାନ । ଯେଉଁ ଡ଼ାକ୍ତରଙ୍କୁ ଆମେ ବିଶ୍ୱାସ ଓ ଭରସା କରୁ ଯଦି ସେ କାଳ ସାଜିବେ ତ କ’ଣ ବା କରିହେବ ? ଅନେକ ସମୟରେ ଡ଼ାକ୍ତରଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ଚାଲିଯାଇଥାଏ ରୋଗୀର ଜୀବନ ।

ରାଜସ୍ଥାନରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଥଣ୍ଡା-ସର୍ଦ୍ଦି ରୋଗୀଙ୍କୁ କ୍ୟାନସର ମେଡିସିନ ଦେଇଛନ୍ତି ଜଣେ ଡ଼ାକ୍ତର । ଏପରି କାର୍ଯ୍ୟ ଦେଖି ଡ଼ାକ୍ତରଙ୍କ ଉପରୁ ରୋଗୀ ମାନଙ୍କର ବିଶ୍ୱାସ ଧିରେ ଧିରେ ଉଠିବାରେ ଲାଗିଛି । ଅଭିଯୋଗ ଆସିଛି ଯେ ରାଜସ୍ଥାନର ସରକାରୀ ହସ୍ପିଟାଲର ଡ଼ାକ୍ତରମାନେ ସାଧାରଣ ଥଣ୍ଡା, ଜ୍ୱର ପାଇଁ କ୍ୟାନସର, କିଡନୀ ଫେଲ ଓ ହାର୍ଟ ରୋଗର ମହଙ୍ଗା ମେଡିସିନ ସାମାନ୍ୟ ଥଣ୍ଡା ରୋଗୀଙ୍କ ପାଇଁ ଲେଖିଥିଲେ । ଗର୍ଭବତୀ ମହିଳାଙ୍କୁ ମିଛ ବାଞ୍ଝପଣ ଦୂର ପାଇଁ ଔଷଧ ଦେଉଥିଲେ ଡ଼ାକ୍ତର ।

ଏହି ସବୁ ଘଟଣାରେ ସାମିଲ ଅଛନ୍ତି ଡ଼ାକ୍ତର, ମେଡିକାଲ ଷ୍ଟୋର ସଞ୍ଚାଳକ ଓ ଲ୍ୟାବ ମାଲିକ । କମିଶନ ନେଇ ସମସ୍ତେ ଏପରି ଜଘନ୍ୟ କାମ କରୁଥିବାର ମିଳିଛି ପ୍ରମାଣ । ଅଭିଯୋଗର ସତ୍ୟ ସାମ୍ନାକୁ ଆସିଲା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି । ତଦନ୍ତରେ ପୂରା ଜିଲ୍ଲାରେ ୧୧ଜଣ ଡ଼ାକ୍ତର ସମେତ ଅନେକ ମେଡିକାଲ ଷ୍ଟୋର ସଞ୍ଚାଳକଙ୍କୁ ନୋଟିସ୍ ଦିଆଯାଇଛି । ଖାଲି ସେତିକି ନୁହେଁ କିଛି ଡ଼ାକ୍ତରମାନେ ରୋଗୀଙ୍କୁ ନଦେଖି ଔଷଧ ଲେଖି ଦେଉଥିଲେ । ଏବଂ କିଛି ରୋଗୀଙ୍କୁ ନଜଣାଇ ତାଙ୍କ ନାମରେ ଔଷଧ ମଧ୍ୟ କିଣାାଯାଇ ରେକର୍ଡରେ ଚଢ଼ାଯାଇଛି । ଏଆଇ ଟେକନିକ ଦ୍ୱାରା ଡାଟା ଗୁଡ଼ିକୁ ଆନାଲିସ୍ କରାଯାଇ ସବୁ ସତର ଖୁଲାସା ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା