ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ

ମାଲକାନଗିର (ବଡ଼ ଖବର ବ୍ୟୁରୋ): ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ । ସଦର ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ସାଙ୍ଗର ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଫେରିବା ବେଳେ ଦୁଷ୍କର୍ମ । ବିଜା ଘାଟି ନିକଟରୁ ଉଦ୍ଧାର କଲା ମାଲକାନଗିରି ଆଦର୍ଶ ଥାନା ପୋଲିସ । ଡାକ୍ତରୀ ପରୀକ୍ଷା ପରେ ଶକ୍ତି ସଦନରେ ପୀଡ଼ିତାକୁ ରଖାଯାଇଛି ।

ଏନେଇ ପୀଡ଼ିତା ନାବାଳିକାର ପରିବାର ଲୋକେ ମାଲକାନଗିରି ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନାବାଳିକା ଜଣକ ଗତକାଲି ସନ୍ଧ୍ୟାରେ ନିଜ ସାଙ୍ଗର ଜନ୍ମ ଦିନ ପାଳନ କରିବା ଲାଗି ସାଙ୍ଗ ଘରକୁ ଯାଇଥିବା ବେଳେ ବିଳମ୍ବିତ ରାତି ଯାଏଁ ଘରକୁ ଫେରି ନଥିଲେ । ପରିବାର ଲୋକେ ଝିଅକୁ ଖୋଜା ଖୋଜି କରିବା ପରେ ଝିଅର କୌଣସି ପତ୍ତା ମିଳିନଥିଲା ।

ବିଳମ୍ବିତ ରାତିରେ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥର ବିଜା ଘାଟି ନିକଟରେ ଉକ୍ତ ନାବାଳିକା ଓ ଜଣେ ଟ୍ରକ ଚାଳକକୁ ସନ୍ଦେହ ଜନକଅବସ୍ଥାରେ ଦେଖି କିଛି ଲୋକେ ପୋଲିସକୁ ଖବର ଦେଇଥିଲେ । ପରେ ପୋଲିସ ସେଠାରେ ପହଞ୍ଚି ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହ ଶକ୍ତି ସଦନ ଗୃହରେ ରଖାଯାଇଛି । ଏହା ସହ ଟ୍ରକ ଚାଳକକୁ ଥାନାରେ ଅଟକ ରଖାଯାଇଛି । ଏହି ଘଟଣାକୁ ନେଇ ପିଡିତାଙ୍କ ମା ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି । ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ