Masthead

ଗାଡ଼ି ସହ ଶାଳକାଠ ଜବତ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କଙ୍କଡ଼ାହାଡ଼ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡଙ୍ଗାପାଳ ଗାଁ ନିକଟରୁ ଏକ ପିକଅପ ଭ୍ୟାନ ସହିତ ଲକ୍ଷାଧିକ ଟଙ୍କାର ଶାଳକାଠ ଜବତ ହୋଇଛି । ଏହି ଅସାଧୁ କାରବାରେ ସାମିଲ୍ ଥିବା ଅଭିଯୋଗରେ ଜଣକୁ ଗିରଫ କରିଛନ୍ତି ବନବିଭାଗ କର୍ମଚାରୀ । ଗିରଫ ଅଭିଯୁକ୍ତ ଜଣଙ୍କ କଙ୍କଡ଼ାହାଡ଼ ଥାନା ଶଶାପଶି ଗାଁର ପ୍ରଦୀପ କବି ।

ରେଞ୍ଜର ସତ୍ୟନାରାୟଣ ସାହୁଙ୍କ ନିର୍ଦ୍ଦେଶକ୍ରମେ ଆଜି ଭୋରରୁ କଙ୍କଡ଼ାହାଡ଼ ଫରେଷ୍ଟର ଅଜିତ କୁମାର ଦଳେଇ ଓ ବିରାଶାଳ ଫରେଷ୍ଟର ଉଦ୍ଧବ ବେହେରା ପାଟ୍ରୋଲିଂ କରୁଥିବା ସମୟରେ ଶାଳକାଠ ବୋଝେଇ ଏହି ପିକଅପ ଗାଡିକୁ ଜବତ କରିଥିଲେ । ବନ କର୍ମଚାରୀମାନେ ଗାଡ଼ି ଚାଳକଙ୍କୁ ଗିରଫ କରିଥିଲେ । ଓଆର ୦୬ ଏଫ ୮୦୭୪ ନମ୍ବର ପିକଅପ ଭ୍ୟାନଟି ଶଶାପଶି ଗାଁରୁ କାମାକ୍ଷାନଗର ଥାନା ବଡ଼ସୁଆଁଳ ଗାଁକୁ ଚୋରା କାଠ ଧରି ଯାଉଥିବା ଜଣାପଡିଛି । ଗିରଫ ଅଭିଯୁକ୍ତକୁ କୋଭିଡ ଟେଷ୍ଟ ପରେ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ