ଟ୍ରକ୍‌କୁ ପଛରୁ ପିଟିଲା ଟ୍ରାଭେଲର, ୧୩ ଯବାନ ଆହତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଟ୍ରକ୍‌କୁ ପଛରୁ ପିଟିଲା OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ନେଇ ଯାଉଥିବା ଟ୍ରାଭେଲର। ୧୩ ଯବାନ ଆହତ।  ଦୁର୍ଘଟଣାରେ ୭ ଯବାନଙ୍କ ଅବସ୍ଥା ଗୁରୁତର ।  ଅନୁଗୁଳ ଜାତୀୟ ରାଜପଥ ୫୫ ମୁଣ୍ଡାସାହିରେ ଦୁର୍ଘଟଣା  । ଝାରସୁଗୁଡ଼ାରୁ ଭୁବନେଶ୍ବର ଯାଉଥିଲା ଗାଡ଼ି । ୫ ଗୁରୁତର ଯବାନ କଟକ ସ୍ଥାନାନ୍ତରିତ । ଶନିବାର ଭୋର୍ ପ୍ରାୟ ୪ଟା ୪୦ରେ ଅନୁଗୁଳ ୫୫ନଂ ଜାତୀୟ ରାଜପଥ ମୁଣ୍ଡାସାହି ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଗୁରୁତର ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। OSAP ସେକେଣ୍ଡ ବାଟାଲିଅନର ୧୪ ଜଣ ଯବାନଙ୍କୁ ନେଇ ଏକ ଟ୍ରାଭେଲର ଝାରସୁଗୁଡ଼ାରୁ ଚନ୍ଦକା ଯାଉଥିଲା।

ଶନିବାର ଭୋର୍ ପ୍ରାୟ ୪ଟା ୪୦ରେ ଅନୁଗୁଳ ୫୫ନଂ ଜାତୀୟ ରାଜପଥ ମୁଣ୍ଡାସାହି ଛକ ନିକଟରେ ଟ୍ରାଭେଲରଟି ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୧୩ ଯବାନ ଆହତ ହୋଇଥିଲେ। ଖବର ପାଇ ଜରପଡା ପୁଲିସ ଆମ୍ଵୁଲାନ୍ସ ସାହାଯ୍ୟରେ ସମସ୍ତ ଗୁରୁତର ଆହତଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ତେବେ ଆହତ ଯବାନଙ୍କ ମଧ୍ୟରୁ ୩ ରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କ ମଧ୍ୟରୁ ୨ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରାଭେଲର ହେଲପରଙ୍କ ହାତ କଟି ଗାଡି ଭିତରେ ରହି ଯାଇଥିଲା। ପରେ ପୁଣି ମେଡିକାଲ ଷ୍ଟାଫ୍ ଆସି କଟି ଯାଇଥିବା ହାତଟିକୁ ନେଇଥିବା ସୂଚନା ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ