Masthead

ପ୍ରଥମଥର ଆଇପିଏଲ ଫାଇନାଲକୁ ଯାଇପାରିବ କି ଦିଲ୍ଲୀ: ସମ୍ନାରେ ଏହି ଟିମ୍

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲ ସିଜନ-୧୩ ଦ୍ୱିତୀୟ କ୍ୱାଲିଫାୟାରରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ। ଶ୍ରେୟାସ୍ ଆୟରଙ୍କୁ ଟକ୍କର ଦେବେ ଡେଭିଡ ୱାର୍ଣ୍ଣର। ଉଭୟ ଦଳ ଆଜି ସେମାନଙ୍କ କ୍ୱାଲିଫାୟାର ମ୍ୟାଚ ଆବୁଧାବିରେ ଖେଳିବେ। ଉଭୟ ଦଳ ଆଜିର ମ୍ୟାଚ ଜିତି ଦ୍ୱିତୀୟ ଦଳ ଭାବରେ ଫାଇନାଲକୁ ଯିବାକୁ ଚେଷ୍ଟା କରିବେ।
ଗତ ୪ ମ୍ୟାଚରେ କର ବା ମର ପରିସ୍ଥିତିରେ ଦମଦାର ପ୍ରଦର୍ଶନ କରି ଆଇପିଏଲ ସିଜନ-୧୩ କ୍ୱାଲିଫାୟାରରେ ପହଞ୍ଚିଥିବା ହାଇଦ୍ରାବାଦର ଆତ୍ମବିଶ୍ୱାସ ଢେର ଉପରେ ରହିଛି। ଏହି ଟିମ୍ ସିଜିନର ପ୍ରଥମାର୍ଦ୍ଧରେ ଖରାପ ପ୍ରଦର୍ଶନ କରି ପରାଜୟର ଶିକାର ହୋଇଥିଲା। କିନ୍ତୁ ପରବର୍ତ୍ତୀ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରି ପୁଣି ବିଜୟଧାରାକୁ ଫେରିଛି। ଗତ ୬ ମ୍ୟାଚରୁ ହାଇଦ୍ରାବାଦ ୫ଟିରେ ବିଜୟୀ ହୋଇଛି। ଆଇପିଏଲ ଏଲିମିନେଟର ମ୍ୟାଚରେ ହାଇଦ୍ରାବାଦ ୬ ୱିକେଟରେ ବାଙ୍ଗାଲୋରକୁ ହରାଇଥିଲା। ହାଇଦ୍ରାବାଦର ଦମଦାର ବ୍ୟାଟିଂ ଓ ଘାତକ ବୋଲିଂ ବିପକ୍ଷ ଦଳକୁ ଚିନ୍ତାରେ ପକାଇଛି। ତେବେ ହାଇଦ୍ରାବାଦର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରିଦ୍ଧିମାନ ଶାହ ଆହତ ହେବା ଘଟଣା ଦଳକୁ ଚିନ୍ତାରେ ପକାଇଛି। ଅନ୍ୟପଟେ ଦିଲ୍ଲୀ ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ମୁମ୍ବାଇଠାରୁ ୫୭ ରନରେ ପରାଜିତ ହେବା ପରେ ଆଜି ଦ୍ୱିତୀୟ କ୍ୱାଲିଫାୟାରରେ ହାଇଦ୍ରାବାଦକୁ ଭେଟିବ। ଗତ ୬ଟି ମ୍ୟାଚରୁ ମାତ୍ର ଗୋଟିଏ ମ୍ୟାଚରେ ବିଜୟ ହାସଲ କରିପାରିଥିଲା। ଆଇପିଏଲ ପ୍ରାରମ୍ଭିକ ପର୍ୟ୍ୟାୟରେ ଦମଦାର ପ୍ରଦର୍ଶନ କରିଥିବା ଦିଲ୍ଲୀ ବର୍ତ୍ତମାନ ବ୍ୟାକଫୁଟରେ ଥିବା ଦେଖାଯାଉଛି। ବ୍ୟାଟିଂ ବିପର୍ୟ୍ୟୟ ଦିଲ୍ଲୀ ପାଇଁ ଚିନ୍ତାର କାରଣ ପାଲଟିଛି। କେବଳ ଶିଖର ଧାୱାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନାହାନ୍ତି। ଆଜିର ମ୍ୟାଚ ଜିତି ଫାଇନାଲରେ ପହଞ୍ଚିବାକୁ ହେଲେ ବ୍ୟାଟ୍ସମ୍ୟାନଙ୍କୁ ଦମଦାର ପ୍ରଦର୍ଶନ କରିବାକୁ ପଡ଼ିବ।
ଆଇପିଏଲ ଇତିହାସରେ ଉଭୟ ଦଳ ୧୭ଥର ମୁହାଁମୁହିଁ ହୋଇଛନ୍ତି। ହାଇଦ୍ରାବାଦ ୧୧ଟି ଓ ଦିଲ୍ଲୀ ୬ଟି ମ୍ୟାଚରେ ବିଜୟ ହାସଲ କରିଛି। ଚଳିତ ସିଜନରେ ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ଦୁଇଟିଯାକ ମ୍ୟାଚରେ ହାଇଦ୍ରାବାଦ ବିଜୟ ହାସଲ କରିଥିଲା। ଆଜିର ମ୍ୟାଚ ଜିତି ଉଭୟ ଦଳ ଆଇପିଏଲ ଫାଇନାଲରେ ପହଞ୍ଚିବାକୁ ଚେଷ୍ଟା କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼