Masthead

ନାବାଳିକାଙ୍କୁ ବିବାହ କରି ଏସଆଇ ନିଲମ୍ବିତ

ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଫେସବୁକ ପରିଚୟରୁ ପ୍ରେମ କରିବା ସହ ଦଶମ ଶ୍ରେଣୀରେ ପଢୁଥିବା ନାବାଳିକାକୁ ଝିଅର ପରିବାର ଲୋକଙ୍କ ଅଗୋଚରରେ ବାଲ୍ୟ ବିବାହ କରିଥିଲେ ପୁଲିସ ଏସଆଇବାବୁ । ବିବାହର କିଛି ମାସ ପରେ ସ୍ୱାମୀ, ଶାଶୁ ଓ ଶଶୁର ନାବାଳିକା ବୋହୂକୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ମାଡ଼ ମାରି ଘରୁ ତଡି ଦେବାର ସଙ୍ଗୀନ ଅଭିଯୋଗ ହୋଇଛି ଜଗତସିଂହପୁର ସଦର ଥାନାରେ ।

ଗତ ୪ ମାସ ହେଲା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷପ ନେଇ ନଥିବା ଓ କୋର୍ଟକୁ ଚାରସିଟ ପଠାଉ ନଥିବାର ପୀଡିତା ଓ ତାଙ୍କ ମାଆ ଅଭିଯୋଗ କରିଛନ୍ତି । ଆରପଟେ ଅଭିଯୋଗ ପାଇବା ପରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଅଭିଯୁକ୍ତ ସବଇନ୍ସପେକ୍ଟରଙ୍କୁ ଚାକିରୀରୁ ନିଲମ୍ବନ କରିଥିବା ବେଳେ ସେ ଫେରାର ହୋଇ ଯାଇଥିବାର ଜଗତସିଂହପୁର ଏସ୍ପି ସୂଚନା ଦେଇଛନ୍ତି । ବାଲେଶ୍ଵର ଜିଲା ବାଲିଆପାଳ ଥାନା ରତେଇ ଗାଁର ଅମିତ ପାଢ଼ୀଙ୍କ ନାଁରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ ।

ଅମିତ ପୁରୀରେ ସବ ଇନ୍ସପେକ୍ଟର ଭାବରେ ଚାକିରୀ କରିଥିବା ସହ ଜଗତସିଂହପୁର ସଦର ଥାନା ଅଞ୍ଚଳର ଜନୈକା ନବାଳିକାକୁ ଫେସବୁକ ରୁ ପ୍ରେମ କରି ପରେ ଝିଅର ପରିବାର ଲୋକଙ୍କ ଅଗୋଚରରେ ଝିଅକୁ ଘରୁ ଡାକିନେଇ ପ୍ରଥମେ ଏକ ମନ୍ଦିରରେ ଓ ପରେ ଏକ ହୋଟେଲରେ ବିବାହ କରିଥିଲେ । ବିବାହର ଦୁଇ ମାସ ପରେ ପୁଲିସ ଏସଆଇ ବୁ ଓ ତାଙ୍କ ବାପା ମାଆ ନାବାଳିକା ବୋହୂକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଜୀବନରେ ମାରି ଦେବାକୁ ଧମକ ଦେଇ ବାପ ଘରେ ଛାଡ଼ି ଦେଇ ଯାଇଥିବାର ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ ଫେରାର ଥିବାର ଦର୍ଶାଇ କୋର୍ଟକୁ ଚାରସିଟ ପଠାଇବାରେ ବିଳମ୍ବ କରୁଥିବାରୁ ପୀଡିତା ନ୍ୟାୟ ପାଇବାରୁ ବଞ୍ଚିତ ହେଉ ଥିବାର କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ