Masthead

ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଅନ୍ଧବିଶ୍ୱାସ ପାଇଁ ଗାଁ ଛାଡ଼ିଲେ ପରିବାର । ଭୟରେ ମନ୍ଦିରରେ ନେଲେ ଆଶ୍ରୟ । ବାଲେଶ୍ୱର ଜିଲ୍ଲା ନୀଳଗିରି ବଉଳ ଗଡିଆ ଈଶ୍ୱର ପୁର ଗାଁ ପାତ୍ରସାହିରୁ ଆସିଛି ଏଭଳି ଦୃଶ୍ୟ । ଉମାମଣିଙ୍କ ପରିବାରର ୧୦ଜଣ ମହିଳା ଓ ପୁରୁଷ ଠାକୁରାଣୀ ଭୟରେ ଗାଁ ଛାଡ଼ି ମନ୍ଦିରରେ ଆଶ୍ରୟ ନେଇଛନ୍ତି । ୧୫ଦିନ ତଳେ ତାଙ୍କ ପରିବାରର ଝିଅ, ପୁଅଙ୍କ ଦେହରେ ଠାକୁରାଣୀ ଲାଗିଥିଲା ।

ଏବେବି ପୁରା ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି ଦାସୀ ଲାଗିଥିବା ପୁଅ ଝିଅ । ଜୀଵନ ଭୟରେ ପରିବାର ଲୋକ । ପରିବାର ଲୋକ ଭୟରେ ଏକ ଗୁଣିଆକୁ ଆଣି ପୁଜା କରିଥଲେ। ଘର ଭିତରୁ ୫ ଗୋଟି ପିତଳବାଟି ବାହାର କରି ଅଧା ପୂଜାରୁ ଗୁଣିଆ ଟଙ୍କା ନେଇ ପଳାଇଗଲା । ସେହିଦିନଠୁ ପୁଅ-ଝିଅଙ୍କ ଦେହରେ ଠାକୁରାଣୀ ସବାର ହେବା ବଢିଯାଇଛି । ଭୟରେ ଉମାମଣି ପାତ୍ରଙ୍କ ପରିବାର ପ୍ରଥମେ ଜଗନ୍ନାଥ ମନ୍ଦିର ଓ ଏବେ ରାଧା କିଶୋର ମନ୍ଦିରରେ ଆଶ୍ରୟ ନେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ