Masthead

ଟ୍ରମ୍ପ-ପୁଟିନ ବୈଠକ, ୟୁକ୍ରେନ ଯୁଦ୍ଧବିରତି ପ୍ରସଙ୍ଗରେ ହୋଇପାରିଲାନି ଡିଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଲାସ୍କାରେ ଟ୍ରମ୍ପ-ପୁଟିନ ମଧ୍ୟରେ ଆଲୋଚନା । ଉଭୟଙ୍କ ମଧ୍ୟରେ ୩ଘଣ୍ଟା ଧରି ଚାଲିଲା ଆଲୋଚନା । ସକାରାତ୍ମକ ଆଲୋଚନା ସତ୍ତ୍ୱେ ଯୁଦ୍ଧବିରତି ପାଇଁ ହୋଇପାରିଲାନି । ସହମତି ଭେଟଘାଟ ପରେ ବି ଯୁଦ୍ଧରେ ଲାଗିଲାନି ବ୍ରେକ୍ । ହାତ ମିଳାଇଲେ ପୁଟିନ୍, ହସି ହସି ସ୍ୱାଗତ କଲେ ଟ୍ରମ୍ପ୍ । ଆମେରିକାର ଆଲାସ୍କାରେ ପ୍ରାୟ ୩ ଘଣ୍ଟା ଧରି ଚାଲିଲା ଟ୍ରମ୍ପ୍-ପୁଟିନ୍ ବୈଠକ। ହେଲେ ୟୁକ୍ରେନ ଯୁଦ୍ଧରେ ବିରାମ ଲାଗି ହୋଇପାରିଲାନି ସହମତି। ଦୁଇ ନେତାଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ ମାତ୍ର ୧୨ ମିନିଟ୍ ଥିଲା । ଯେଉଁଥିରେ ସେମାନେ କେବଳ ପ୍ରେସକୁ ସମ୍ବୋଧିତ କରିଥିଲେ । କୌଣସି ପ୍ରଶ୍ନର ଉତ୍ତର ଦେଇ ନଥିଲେ। ପ୍ରେସକୁ ସମ୍ବୋଧିତ କରି ପୁଟିନ କହିଛନ୍ତି ଯେ ଆଲାସ୍କା ରୁଷ ଏବଂ ଆମେରିକାର ସହଭାଗୀ ଇତିହାସର ଏକ ଅଂଶ ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଉଭୟ ଦେଶ ଶତ୍ରୁମାନଙ୍କ ବିରୁଦ୍ଧରେ ଏକାଠି ଲଢ଼ିଥିଲେ। ସେ କହିଛନ୍ତି ଯେ ଆମେ ନିକଟ ପଡ଼ୋଶୀ। ପୁଟିନ ସ୍ୱୀକାର କରିଛନ୍ତି ଯେ ବିଗତ ବର୍ଷଗୁଡ଼ିକରେ ସମ୍ପର୍କରେ ଅସୁବିଧା ଥିଲା, କିନ୍ତୁ ଦୁଇ ନେତାଙ୍କ ଏହି ମୁହାଁମୁହିଁ ସାକ୍ଷାତ ବହୁ ଦିନ ପାଇଁ ଆବଶ୍ୟକ ଥିଲା। ରୁଷ ରାଷ୍ଟ୍ରପତି କହିଛନ୍ତି ଯେ ଆଲୋଚନାର ଏକ ବଡ଼ ଅଂଶ ୟୁକ୍ରେନ ଉପରେ କେନ୍ଦ୍ରିତ ଥିଲା। ସେ କହିଛନ୍ତି ଯେ ପରିସ୍ଥିତିରେ ଉନ୍ନତି ଆଣିବା ଆବଶ୍ୟକ । ବିବାଦର ପ୍ରକୃତ କାରଣ ବୁଝିବା ପାଇଁ ଟ୍ରମ୍ପଙ୍କ ଇଚ୍ଛାକୁ ପ୍ରଶଂସା କରିଛନ୍ତି। ପୁଟିନ ଆଶା ପ୍ରକାଶ କରିଛନ୍ତି ଯେ ହୋଇଥିବା ଚୁକ୍ତିନାମା ୟୁକ୍ରେନରେ ଶାନ୍ତି ପାଇଁ ପଥ ପ୍ରଶସ୍ତ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି