ତାରା ବାହିନୀପତିଙ୍କୁ ମାଡ଼!

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ):  ଏକ ଶୋଭାଯାତ୍ରା ବେଳେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଅଚାନକ ଆକ୍ରମଣ ଅଭିଯୋଗ ହୋଇଛି। ଗତ ୧୪ ତାରିଖ ରାତିରେ କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ମଶାଲ ଶୋଭାଯାତ୍ରା କୋରାପୁଟ ସହରରେ ଅନୁଷ୍ଠିତ ହୋଇଥିଲା। ଶୋଭାଯାତ୍ରା ଗୁଣ୍ଡିଚା ମନ୍ଦିର ନିକଟରୁ ଆରମ୍ଭ ହୋଇ ବସଷ୍ଟାଣ୍ଡରେ ସରିଥିଲା। ଏହି ଶୋଭାଯାତ୍ରାରେ ତାରାପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗ ଦେଇଥିଲେ।

କୋରାପୁଟ ବସ୍ ଷ୍ଟାଣ୍ଡ ନିକଟରେ ହଠାତ କୃଷ୍ଣଚନ୍ଦ୍ର କୁଲଦୀପ ନାମକ ଜଣେ ବ୍ୟକ୍ତି ବାହିନୀପତିଙ୍କୁ ଅଚାନକ ଆକ୍ରମଣ କରିଥିଲେ। ଉପସ୍ଥିତ ଲୋକେ କୃଷ୍ଣକୁ କାବୁ କରି ଟାଉନ ଥାନରେ ଜିମା ଦେଇଥିଲେ। ଟାଉନ ଥାନା ପୋଲିସ କୃଷ୍ଣଙ୍କର ଡାକ୍ତରୀ ପରୀକ୍ଷା କରିବା ସହ ଅଟକ ରଖି ପଚରଉଚରା କରୁଛି। ଉଭୟ ପଟୁ ଥାନାରେ ଲିଖିତ ଅଭିଯୋଗ ହୋଇଛି। ତାରାଙ୍କ ପିଏସଓ ଦେଇଥିବା ଲିଖିତ ଅଭିଯୋଗ ଅନୁଯାୟୀ, ଅଚାନକ ତାରାଙ୍କୁ ସର୍ବସାଧାରଣରେ ଥାପଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ କୃଷ୍ଣଚନ୍ଦ୍ର।

ଅଭଦ୍ର ଭାଷାରେ ବିଧାୟକଙ୍କୁ ଗାଳିଗୁଲଜ କରିଥିବା ନେଇ ବି ଅଭିଯୋଗ କରିଛନ୍ତି ତାରାଙ୍କ ପିଏସଓ। ସେପଟେ କୃଷ୍ଣଙ୍କ ପକ୍ଷରୁ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ତାରାପ୍ରସାଦ ବାହିନୀପତି ଓ ତାଙ୍କ ଭାଇ କୃଷ୍ଣଙ୍କୁ ମାରିବାକୁ ବହୁ ଦିନ ଷଡଯନ୍ତ୍ର କରିଆସୁଥିଲେ। ଏ ନେଇ ବୁଝିବା ପାଇଁ ଯାଇଥିବା ବେଳେ ତାରାପ୍ରସାଦଙ୍କ ଲୋକେ କୃଷ୍ଣଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ମାମଲା ରେଜିଷ୍ଟ୍ରେସନ ହୋଇଥିବା ନେଇ ଟାଉନ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏନେଇ ତାରାପ୍ରସାଦା ବାହିନୀପତି କିମ୍ବା କୃଷ୍ଣଚନ୍ଦ୍ରଙ୍କର ପ୍ରତିକ୍ରିୟା ମିଳିପାରିନି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ