Masthead

ମାତିଛି ମାଖେନା: ଭୟଭୀତ ଅଞ୍ଚଳବାସୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ହିଂସ୍ର ହାତୀ ମାଖେନା ଚନ୍ଦକା ଅଞ୍ଚଳର ପାଖାପାଖି ୩୦ଖଣ୍ଡ ଗାଁରେ ରଚୁଛି ତାଣ୍ଡବ। ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ଗଜରାଜ୍ । ମାଖେନା ଆତଙ୍କରେ ଲୋକେ ଭୟଭୀତ । ସଞ୍ଜ ହେଲେ ଭୟରେ ତାଟିକବାଟ ପଡିଯାଉଛି । ପିଲା ଠୁ ବୟସ୍କ ପର୍ୟ୍ୟନ୍ତ ସମସ୍ତେ ଆତଙ୍କିତ । ଖାଲି ସେତିକି ନୁହେଁ ଚାଷୀଙ୍କ ଫସଲ ନଷ୍ଟ କରିବା ସହ ଅନେକ ଧନ ଜୀବନ ମଧ୍ୟ ହାନି ଘଟାଉଛି ମାଖେନା ।
ପାଇକରାପୁର, ଚନ୍ଦକା, ଅନ୍ଧାରୁଆ, ଦାରୁଠେଙ୍ଗ, କଣ୍ଟାବାଡ଼, ମେଣ୍ଢାଶାଳ, କୁଜିମହଲ ଆଦି ଗାଁର ଲୋକେ ମାଖେନାକୁ ନେଇ ଆତଙ୍କିତ ହୋଇପଡିଛନ୍ତି । ସେପଟେ ଗତକାଲି ବିଳମ୍ବିତ ରାତିରେ ମାଖେନା ପୁଣି ଜନବସତି ମୁହାଁ ହୋଇ ନାହିଁ ନଥିବା କ୍ଷତି କରିଛି । ବନବିଭାଗ ଏ ଦିଗରେ ଦୃଷ୍ଟି ଦେଇ ପାଟ୍ରୋଲିଂକୁ କଡାକଡି କରିବା ସହ ହାତୀ ଘଉଡାଇଲେ ହୁଏତ ଲୋକେ ସୁରକ୍ଷିତ ହୋଇପାରନ୍ତେ ବୋଲି କହିଛନ୍ତି ଅଞ୍ଚଳବାସୀ । ସେପଟେ ମାଖେନା ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଥିବା ବନ ବିଭାଗ ସୂଚନା ଦେଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ