Masthead

ବୋହୂକୁ ନିର୍ଯାତନା

ଚାନ୍ଦବାଲି, (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ବ୍ଲକ ବାଂଶଡ଼ା ଥାନା ଚଡ଼ଦିଆ ପଞ୍ଚାୟତର ଚଡ଼ଦିଆ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଶ୍ୱଶୁର ଘରକୁ ଡ଼ାକିନେଇ ବୋହୂକୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।
ଚଡ଼ଦିଆ ଗ୍ରାମର ଧନୀ ମହାଳିକଙ୍କ ପୁଅ ଶଙ୍କର ମହାଳିକ ନଳଗୋହିରା ଗ୍ରାମର ନଟବର ଜେନାଙ୍କ ଝିଅ ସବିତା ଜେନାଙ୍କୁ ଭଲପାଇ ବିବାହ କରିଥିଲେ । ଆଜକୁ ଦେଢ଼ବର୍ଷ ହେବ ଶଙ୍କର ତାଙ୍କ ସ୍ତ୍ରୀ ସହିତ ଶଶୂର ଘରେ ରହି ଆସୁଥିଲେ । ଏହି କିଛିଦିନ ହେବ ଶଙ୍କରଙ୍କୁ ତାଙ୍କ ଘରଲୋକ ନିଜ ଘରକୁ ନେଇଯାଇଥିଲେ । ଗୋଟିଏ ଦିନପରେ ଶଙ୍କର ତାଙ୍କ ସ୍ତ୍ରୀଙ୍କୁ ଫୋନର ଆସିବାକୁ କହିଥିଲେ । ସବିତା ପହଞ୍ଚିବାରୁ ଶାଶୂ, ଶ୍ୱଶୁର, ନଣନ୍ଦ, ମଳାଶୁର ମିଶି ତାଙ୍କୁ ମାଡ଼ମାରିଥିବା ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ସବିତାଙ୍କ ଘରଲୋକ ପହଞ୍ଚି ବାଂଶଡ଼ା ପୋଲିସକୁ ଖବର କରିଥିଲେ । କିନ୍ତୁ ପୋଲିସ ରାତିରେ ଯିବାକୁ ମନା କରିଦେଇଥିବା ଜଣାପଡ଼ିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ