Masthead

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ

କଟକ (ବଡ଼ ଖବର ବ୍ୟୁରୋ): ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ଅସଲି ପୋଲିସ ନାଁ ରେ ଜଣେ ମହିଳାଙ୍କୁ ପ୍ରଥମେ ପ୍ରେମ ବିବାହ ପାଇଁ ପ୍ରତିଶ୍ରୁତି ଆଉ ତା’ପରେ ମହିଳାଙ୍କ ଠାରୁ ୧ଲକ୍ଷ ୬୪ହଜାର ୨୦୦ଟଙ୍କା ଠକିବା ଅଭିଯୋଗରେ ଜଣେ ନକଲି ପୋଲିସକୁ ଗିରଫ କରିଛି ଲାଲବାଗ ଥାନା ପୋଲିସ । ଭାନୁପ୍ରିୟା ନାମକ ଜଣେ ମହିଳା ଗତ ୧୧ରେ ତାଙ୍କ ସହ ଠକେଇ ହୋଇଥିବା ନେଇ ଏକ ଅଭିଯୋଗ କରିଥିଲେ ।

ଭୁବନେଶ୍ୱର କ୍ୟାପିଟାଲ ଥାନା ୟୁନିଟ-୬ ଅଞ୍ଚଳରେ ରହୁଥିବା ନୟାଗଡ଼ ଜିଲ୍ଲା ଖତେଗଡ ଗ୍ରାମର ପ୍ରତପ କୁମାର ଦାସ ଟ୍ରାଭେଲ ବ୍ୟବସାୟ କରନ୍ତି । କିନ୍ତୁ ନିଜକୁ ପୋଲିସ ଅଫିସର ପରିଚୟ ଦେବା ସହ ଭୁବନେଶ୍ୱରର ସ୍ପେଶାଲ ଅଫିସର କହି ତାଙ୍କ ଠାରୁ ଏଇ ଅର୍ଥକୁ ଠକିଥିବା ଅଭିଯୋଗ ଥିଲା । ତେବେ ଭାନୁପ୍ରିୟାଙ୍କ ସହ ପ୍ରତାପଙ୍କର ଫେସବୁକ ମାଧ୍ୟମରେ ସମ୍ପର୍କ ଗଢ଼ି ଉଠିଥିଲା । ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା କହି ଭାନୁପ୍ରିୟାଙ୍କୁ ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଅଭିଯୁକ୍ତ ପ୍ରତାପ ।

ବଦଳି ପାଇଁ ପୋଲିସର ଉପରସ୍ତ ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ପଡ଼ିବ ବୋଲି କହି ଭାନୁପ୍ରିୟାଙ୍କୁ ଟଙ୍କା ମାଗିଥିଲା । ଭାନୁପ୍ରୟା ମଧ୍ୟ ପ୍ରତାପକୁ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଦେଇଥିଲେ । ଉକ୍ତ ଟଙ୍କାକୁ ଫେରି ପାଇବା ପାଇଁ ଭାନୁପ୍ରିୟା ମାଗିବାରୁ ପ୍ରତାପ ତାଙ୍କୁ ଏବଂ ତାଙ୍କ ମା ଙ୍କୁ ଅଶ୍ଲୀଳ ଭାଷରେ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାପାଇଁ ଧମକ ଦେଇଥିଲା । ଲାଲବାଗ ଥାନା ପୋଲିସ ଏହି ମାମଲାରେ ପ୍ରତାପକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା’ ନିକଟରୁ ନଗଦ ୩୦ହଜାର ଟଙ୍କା ଜବତ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି