Masthead

GST ସ୍ଲାବ୍‌, ଓଡ଼ିଶାକୁ ମିଳିବ ବଡ଼ ଲାଭ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): GST ସ୍ଲାବ୍‌କୁ ନେଇ ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିଲ୍ଲୀରେ ପ୍ରେସ୍‌ମିଟ୍‌ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁପତ୍ର ଉପରେ GST ୫%କୁ ହ୍ରାସ ହୋଇଛି। କେନ୍ଦୁପତ୍ର ଉପରେ GST ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ହୋଇଛି। ଓଡ଼ିଶାର କେନ୍ଦୁପତ୍ର ତୋଳାଳି ଏହା ଦ୍ୱାରା ବେଶ୍‌ ଉପକୃତ ହେବେ, କେନ୍ଦୁପତ୍ର ବିକ୍ରି ବି ବଢ଼ିବ। କୃଷି ଉପକରଣରେ GST ହ୍ରାସ ଚାଷୀଙ୍କ ଖର୍ଚ୍ଚକୁ କମାଇବ। କୋଇଲା କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଲାଭ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। GSTରେ ସଂସ୍କାର ଦ୍ୱାରା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ।

GST ଛାଡ଼ ଯୋଗୁ ଅଧିକ ଲୋକ ସ୍ବାସ୍ଥ୍ୟବୀମା କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଜି ପ୍ରେସ୍‌ମିଟ୍‌ରେ କହିଛନ୍ତି। ସେ କହିଛନ୍ତି  ଏହା ସହ କୃଷି କ୍ଷେତ୍ରରେ ମଧ୍ୟ ଚାଷୀଙ୍କୁ ଅଧିକ ଲାଭ ମିଳିବ । କୃଷି କ୍ଷେତ୍ରରେ ଜିଏସ୍‌ଟି ହ୍ରାସ ପାଇଥିବାରୁ ରାଜ୍ୟର କୃଷକ ଅଧିକ ଲାଭାନ୍ବିତ ହେବେ । ଏହା ସହ କୋଇଲା ଉତ୍ପାଦନରେ ମଧ୍ୟ ଓଡ଼ିଶାକୁ ଅଧିକ ଲାଭ ମିଳିବ। ସେସ୍ କମିବା ଯୋଗୁ ଅଧିକ ଫାଇଦାରେ ରହିବ ଓଡ଼ିଶା । କେନ୍ଦ୍ର ସରକାର ଜିଏସ୍‌ଟି ସ୍ଲାବରେ ପରିବର୍ତ୍ତନ କରିଥିବାରୁ ରାଜ୍ୟର ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ଅଧିକ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଜିଏସଟି କାଉନସିଲର ୫୬ତମ ବୈଠକରେ  ଜିଏସଟି ସ୍ଲାବରେ ବଡ଼ ପରିବର୍ତ୍ତନ କରାଯାଇଛି । ଜିଏସଟିରେ ଥିବା ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇଦିଆଯାଇଛି । ଏହା ବଦଳରେ ୫ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବ । ଏହାଫଳରେ  ଅତ୍ୟାବଶ୍ୟକ ସାମଗ୍ରୀ ଶସ୍ତା ହେବ । ସେହିଭଳି ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତ ଜିଏସଟି ଲାଗିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’ 🔴 ପୁଣି ଡରାଇଲାଣି ବାତ୍ୟା! 🔴 ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ 🔴 କନ୍ଧମାଳରେ ବନ୍ଧୁକ କାରଖାନା ଠାବ 🔴 ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’ 🔴 ପୁଣି ଡରାଇଲାଣି ବାତ୍ୟା! 🔴 ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ 🔴 କନ୍ଧମାଳରେ ବନ୍ଧୁକ କାରଖାନା ଠାବ 🔴 ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା