Masthead

ଏସଆଇଙ୍କ ଉପରେ ଗାଡ଼ି ଚଢ଼ାଇଦେଲା ଡ୍ରାଇଭର

ବରଗଡ଼ (ବଡ଼ ଖବର ବ୍ୟୁରୋ): ପୁଲିସ ସବ୍‌ଇନିସପେକ୍ଟରଙ୍କ ଉପରେ ଗାଡ଼ି ଚଢ଼ାଇଦେଲା ଡ୍ରାଇଭର । ଅଳ୍ପକେ ବର୍ତ୍ତିଗଲା ପୁଲିସ ବାବୁଙ୍କ ଜୀବନ । ସୋହେଲା ଦଶମାଇଲ ଲେବଡି ଛକରେ ବୋଲେରୋ ଧକ୍କାରେ ଏସଆଇ ଗୁରୁତର ।  ଏମଭି ଯାଞ୍ଚ ବେଳେ ସୋହେଲା ଥାନା ଏସଆଇଙ୍କୁ ଧକ୍କା ଦେଲା ଗାଡିା  ଧକ୍କା ଦେବାପରେ ଘଟଣା ସ୍ଥଳରୁ ଗାଡି ଛାଡି ଫେରାର ମାରିଲା ଡ୍ରାଇଭର ।

  ଗୁରୁତର ଅବସ୍ଥାରେ  ସୋହେଲା ଥାନାର ସବ ଇନ୍ସପେକ୍ଟର ଅମିତ ଧଳଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ତାଙ୍କର ଅଣ୍ଟା ଓ ଜଙ୍ଘରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । ସବ ଇନ୍ସପେକ୍ଟର ଜଣଙ୍କ ହସ୍ପିଟାଲ ରେ ଏବେ ମଧ୍ୟ୍ୟ ଚିକିତ୍ସା ଚାଲୁଅଛି । ଅନ୍ୟପଟେ ଯେଉଁ ବୋଲେରୋ ଗାଡିଟି ପୁଲିସ ଏସ.ଆଇଙ୍କୁ ଧକ୍କା ଦେଇଛି, ସେହି ଗାଡ଼ିର ମାଲିକ କିଏ, ଡ୍ରାଇଭର କିଏ, ତାକୁ ଖୋଜାଚାଲିଛି । ତେବେ ଯୋଜନାବଦ୍ଧ ଭାବେ ଏସଆଇ ଅମିତ୍ ଧଳଙ୍କୁ ଗାଡ଼ି ମଡ଼ାଇ ଦିଆଯାଇଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ..