Masthead

ଆଜି ଉପରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆଜି ଉପରାଷ୍ଟ୍ରପତି ନିର୍ବାଚନ ଲାଗି ମତଦାନ  ଅନୁଷ୍ଠିତ ହେବ । ଏହି ହାଇଭୋଲ୍‌ଟେଜ୍‌  ନିର୍ବାଚନ ପାଇଁ ସବୁ ପ୍ରକାର ପ୍ରସ୍ତୁତି  ଶେଷ ହୋଇସାରିଛି । ଉଭୟ ଶାସକ  ଓ ବିରୋଧୀ ଦଳ ନିଜର ରଣନୀତି  ଚୂଡ଼ାନ୍ତ କରି ରଖିଛନ୍ତି । ସଂସଦ  ଭବନରେ ପୂର୍ବାହ୍ନ ୧୦ଟାରୁ  ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ  ମତଦାନ ଚାଲିବ। ଏହାପରେ ସନ୍ଧ୍ୟା  ୬ଟାରେ ଭୋଟ ଗଣତି ସହ ଫଳାଫଳ  ଘୋଷିତ ହେବ । ଏଥିସହ ୫୦ ଦିନ  ପରେ ଦେଶକୁ ଜଗଦୀପ ଧନଖଡ୍‌ଙ୍କ  ସ୍ଥାନରେ ନୂଆ ଉପରାଷ୍ଟ୍ରପତି ମିଳିବେ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜୁଲାଇ ୨୧  ତାରିଖରେ ଧନଖଡ୍‌ ନିଜ ପଦରୁ ଇସ୍ତଫା  ଦେବା ପରେ ଏହି ନିର୍ବାଚନ ହେଉଛି ।

 ମୈଦାନରେ ଅଛନ୍ତି ଏନଡିଏ ପ୍ରାର୍ଥୀ ସି.ପି. ରାଧାକ୍ରିଷ୍ଣନ୍ ବନାମ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ । ତାମିଲନାଡ଼ୁର ରାଧାକ୍ରିଷ୍ଣନ୍ ଜଣେ ପୋଖତ ରାଜନେତା ତଥା ମହାରାଷ୍ଟ୍ର ରାଜ୍ୟପାଳ ହୋଇଥିବା ବେଳେ, ତେଲେଙ୍ଗାନାର ସୁଦର୍ଶନ ରେଡ୍ଡୀ ଜଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଏବଂ ଅଣରାଜନୈତିକ ବ୍ୟକ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭାର ସାଂସଦ ହିଁ ଭୋଟ୍ ଦେଇପାରିବେ।  ଉପରାଷ୍ଟ୍ରପତି ନିର୍ବାଚନରେ ୭୮୧ ସାଂସଦ ଭୋଟ୍ ଦେବେ ।

ବିଜେଡି ଓ ବିଆରଏସ୍‌ର ସାଂସଦ ଭୋଟ୍ ଦେଉନଥିବାରୁ ବିଜୟ ପାଇଁ ୩୮୬ ଜଣଙ୍କ ଭୋଟ୍ ଆବଶ୍ୟକ । ଏଭଳି କ୍ଷେତ୍ରରେ ଏନ୍‌ଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ବିଜୟୀ ହେବା ନିଶ୍ଚିତ ବୋଲି କୁହାଯାଉଛି । ତଥାପି  ନିର୍ବାଚନରେ ଦଳୀୟ ହ୍ବିପ୍ କାମ କରୁନଥିବାରୁ କ୍ରସ୍ ଭୋଟିଂ ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ । ସେପଟେ  ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଜେଡି ସୁପ୍ରିମୋ । ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି । ଭୋଟ୍ ଦାନ ପ୍ରକ୍ରିୟାରୁ ବିରତି ରହିବ। ଭୋଟ୍ ସମୟରେ ଅନୁପସ୍ଥିତ ରହିବେ ବିଜେଡି ସାଂସଦ । ଏନ୍‌ଡିଏ ଓ ଇଣ୍ଡିଆ ବ୍ଲକ ଠାରୁ ସମଦୂରତା ରଖୁଛୁ ବୋଲି କହିଛନ୍ତି ବିଜେଡି ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ।

ଉପରାଷ୍ଟ୍ରପତି ନିର୍ବାଚନରେ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ  ଭୋଟ୍‌ ଦେଇଥାନ୍ତି । କିନ୍ତୁ ଏଥିଲାଗି କୌଣସି ହ୍ୱିପ୍‌ ଜାରି ହୋଇନଥାଏ ।  ଏପରିସ୍ଥଳେ ଯଦି ସମସ୍ତ ସାଂସଦ ଦଳୀୟ ନିଷ୍ପତ୍ତି ଅନୁସାରେ ଭୋଟ  ଦିଅନ୍ତି ତେବେ ଏନ୍‌ଡିଏ ପ୍ରାର୍ଥୀ ରାଧାକ୍ରିଷ୍ଣନ୍‌ଙ୍କୁ ୪୩୯ ଓ ଇଣ୍ଡି ମେଣ୍ଟ  ପ୍ରାର୍ଥୀ ରେଡ୍ଡୀଙ୍କୁ ୩୨୪ ଖଣ୍ଡ ଭୋଟ୍‌ ମିଳିପାରେ । ତେବେ ଗୁପ୍ତ  ମତଦାନରେ କ୍ରସ୍‌ ଭୋଟିଂ ଉଭୟ ପକ୍ଷର ସମୀକରଣ ବିଗିଡା଼ଇ  ଦେଇପାରେ ବୋଲି ଆଶଙ୍କା କରାଯାଉଛି । ସେଥିଲାଗି ଶାସକ ଓ  ବିରୋଧୀ ସଂପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି । ଗୋଟିଏ ବି ଭୋଟ୍‌  ଯେପରି ନାକଚ ନ ହେବ ସେଥିନେଇ ସାଂସଦଙ୍କୁ ଭୋଟିଂ ପ୍ରକ୍ରିୟା  ବିଷୟରେ ସବୁକିଛି ଅବଗତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ