ବିକାଶରେ ବାଧକ ସୁବର୍ଣ୍ଣରେଖା ନଦୀ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍ୱାଧୀନତାର ୭୪ବର୍ଷ ପରେବି ପହଞ୍ଚି ପାରିନି ବିକାଶ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ୭ପଞ୍ଚାୟତ ଅନ୍ତର୍ଗତ ୭୦ଗାଁର ବିକାଶରେ ବାଧକ ସାଜିଛି ସୁବର୍ଣ୍ଣରେଖା ନଦୀ । ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତରେ ଥିବା ଏହି ଅଞ୍ଚଳକୁ ଯିବାକୁ ହେଲେ ଏକମାତ୍ର ଭରସା କାଠ ଡଙ୍ଗା । ଜଳେଶ୍ୱର ବ୍ଲକ ଦକ୍ଷିଣ ପ୍ରହରାଜପୁର, ଖୁଦିଆମାଝୀ ସାହି, ମାଙ୍କିଡ଼ିଆ, ଓଲମରା, ସର୍ଦ୍ଦାରବନ୍ଦ, କାଳିକା, ଶ୍ୟାମନଗର ଆଦି ପଞ୍ଚାୟତକୁ ଯିବାକୁ ପ୍ରତିଦିନ ପ୍ରହରାଜପୁର-ଗୋବରଘାଟ ନୌକାଘାଟରେ ଲାଗେ ଲୋକଙ୍କ ଭିଡ଼ । ଦୈନିନ୍ଦିନ ବଜାରଠାରୁ ଆରମ୍ଭ କରି ବ୍ଲକ ଅଫିସ, ସରକାରୀ ଅଫିସ, ସ୍କୁଲ କଲେଜ ଯିବାକୁ ହେଲେ ୭୦ଗାଁର ଲୋକେ ଡଙ୍ଗା ଉପରେ ନିର୍ଭର କରନ୍ତି । ୭୦ ଗାଁର ଲକ୍ଷାଧିକ ଲୋକଙ୍କ ଏକମାତ୍ର ଭରସା ହେଉଛି ଡଙ୍ଗା ।


ଖରାଦିନ ଯେନତେନ କଟି ଯାଉଥିବା ବେଳେ ବର୍ଷାଦିନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ । ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବଢ଼ିବା ପରେ ଅଞ୍ଚଳବାସୀଙ୍କ ଦୁଃଖ ବଢ଼େ । ବର୍ଷା ସମୟଯାକ ସ୍କୁଲ କଲେଜଠାରୁ ଅରମ୍ଭ କରି ଡାକ୍ତରଖାନା ଯିବା ସବୁ ବନ୍ଦ । ଗାଁ ମୁଣ୍ଡକୁ ଆମ୍ବୁଲାନ୍ସ ଆସିପାରୁ ନ ଥିବାରୁ ୩୦ କିଲୋମିଟର ଦୂର ବୁଲି ଯିବାକୁ ପଡୁଛି । ପୋଲଟିଏ ପାଇଁ ଗୁହାରି କରି କରି ଥକି ଗଲେଣି ଅଞ୍ଚଳବାସୀ । ନିର୍ବାଚନ ଆସିଲେ ନେତା ଆସୁଛନ୍ତି, ପ୍ରତିଶ୍ରୁତି ଦେଉଛନ୍ତି । ନିର୍ବାଚନ ପରେ ଏମାନଙ୍କ କଥା ଯେମିତି ଆଉ ନେତାଙ୍କ ମନେରହୁ ନ ଥିବା ଭଳି ମନେହେଉଛି । ତେବେ ଦେଖିବାକୁ ବାକି ରହିଲା କେବେ ସରକାର ଏମାନଙ୍କ କଥା ଶୁଣୁଛନ୍ତି, କେବେ ଦୂର ହେଉଛି ଏମାନଙ୍କ ଦୁଃଖ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ