Masthead

ଚାକିରୀରୁ ଛଟେଇ ପ୍ରତିବାଦ, ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତରଖାନା ସଫେଇ କର୍ମଚାରୀ

ଆନନ୍ଦପୁର (ବଡ଼ ଖବର ବ୍ୟୁରୋ): ଚାକିରୀରୁ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତରଖାନା ସଫେଇ କର୍ମଚାରୀ ।  ପରିମଳ ସେବା ବାଧାପ୍ରାପ୍ତ । ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ଠାରେ ଆଜି ସଫେଇ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତିା   ଠିକା ସଂସ୍ଥାର ଏଜେନ୍ସି ମାଧ୍ୟମରେ  ଏଠାରେ ୨୬ ଜଣ ସଫେଇ କର୍ମଚାରୀ ୧୦ ବର୍ଷରୁ ଅଧିକ ସମୟହେବ କାମକରି ଆସୁଛନ୍ତି । ହେଲେ ଗତମାସ ପୁରୁଣା ଏଜେନ୍ସିର ଟେଣ୍ଡର ଅବଧି  ସରିଥିବାବେଳେ ବିଭାଗ ତରଫରୁ ନୂଆ ଟେଣ୍ଡର ଡକାଯାଇ ନୁଆଁ ଏକ ଏଜେନ୍ସିକୁ କାମ ମିଳିଛି ।

ନୂଆକରି କାମ ପାଇଥିବା କ୍ୟାପିଟାଲ ନାମକ ଏଜେନ୍ସି ଏବେ ଏହି କର୍ମଚାରୀ ମାନଙ୍କୁ ସେମାନଙ୍କ ୭ମ ପାସର ଶିକ୍ଷାଗତ ଯୋଗ୍ୟତା ଓ ମାର୍କସିଟ୍ ମାଗୁଛି ପ୍ରମାଣ ପତ୍ର ମାଗୁଛି । ପ୍ରମାଣ ପତ୍ର ନଦେଇପାରିବାରୁ ୮ଜଣ କର୍ମଚାରୀ ଙ୍କୁ ଛଟେଇ କରିଛି ଏଜେନ୍ସି । ଫଳରେ ଛଟେଇ କର୍ମଚାରୀଙ୍କ ସମର୍ଥନରେ ବାହାରି  ଆଜି ସମସ୍ତ ସଫେଇ କାର୍ଯ୍ୟବନ୍ଦ କରି ଆନ୍ଦୋଳନକୁ ଓହ୍ଲାଇବାରୁ ମେଡିକାଲ ପରିଷରରେ ପରିମଳ ବ୍ୟବସ୍ଥାରେ ଦେଖାଦେଇଛି ଅଚଳାବସ୍ଥା । କର୍ମଚାରୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଛଟେଇ କର୍ମଚାରୀଙ୍କୁ ତୁରନ୍ତ ପୁର୍ନ୍ନନିଯୁକ୍ତି ପାଇଁ ଦାବି ହୋଇଛି । ହେଲେ ଏ ସମ୍ପର୍କରେ ମେଡିକାଲ କର୍ତୁପକ୍ଷ କିମ୍ବା ଏଜେନ କର୍ତ୍ତୁପକ୍ଷ ଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର