Masthead

କୁମ୍ଭକାରଙ୍କ ଚିନ୍ତା ବଢାଇଛି ବିଏମସି

ଭଦ୍ରକ (ବଡ଼ ଖବର ବ୍ୟୁରୋ): ବହୁ ଦିନର ଲକଡାଉନ-ସଟଡାଉନ ପରେ ଜୀବନଜୀବିକା ସ୍ୱାଭାବିକ ହେବାରେ ଲାଗିଛି । ଦୋହଲି ଯାଇଛି ଲୋକଙ୍କ ଆର୍ଥିକ ସ୍ଥିତି । ଧୀରେ ଧୀରେ ସମସ୍ତେ କର୍ମକ୍ଷେତ୍ରକୁ ଅଗ୍ରସର ହେଲେଣି । ହେଲେ ସରକାରଙ୍କ କରୋନା କଟକଣା ଶ୍ରମିକଙ୍କଠୁ ଆରମ୍ଭକରି ଛୋଟ ବ୍ୟବସାୟୀଙ୍କ ଜୀବିକା ପ୍ରତି ପ୍ରତିବନ୍ଧକ ସାଜିଛି । ଦଶହରାରେ ଭଲ ବ୍ୟବସାୟ ହେବା ନେଇ ବ୍ୟବସାୟୀମାନେ ଆଶାବାଦୀ ଥିଲେ, କିନ୍ତୁ ସବୁ ଚୁରମାର ହୋଇଯାଇଥିଲା । ଦୀପାବଳିରେ ଭଲ ବ୍ୟବସାୟ ହେବାନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ ବ୍ୟବସାୟୀ । କିନ୍ତୁ କରୋନା କଟକଣା ସବୁ ଓଲଟ ପାଲଟ କରିଦେଇଛି ।

ସରକାରଙ୍କ କରୋନା କଟକଣା ଯୋଗୁଁ କିଛିମାସ ହେବ ବେଶ୍ ପ୍ରଭାବିତ ହୋଇଛନ୍ତି ଦୀପ ବ୍ୟବସାୟୀ । ସାମାଜିକ ଦୂରତା ଆଦି ଆଇନକୁ ନେଇ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ସାମାଜିକ ଦୂରତା ଉଲ୍ଲଙ୍ଘନ ନାଁରେ ଦୋକାନ ସିଲଠାରୁ ଆରମ୍ଭ କରି ମୋଟା ଅଙ୍କର ଜରିମାନା ଦୀପ ବ୍ୟବସାୟୀଙ୍କ ଚିନ୍ତା ବଢ଼଼ାଇ ଦେଇଛି । ବ୍ୟବସାୟ କ୍ଷତିରେ ଚାଲୁଥିବା ବେଳେ ପ୍ରଶାସନର କଠୋର କଟକଣା ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇପଡ଼ିଛି ।

ଭଦ୍ରକ ଅଞ୍ଚଳର କୁମ୍ଭାର ପରିବାର ଦୀପାବଳିରେ ଦୀପ ତିଆରି କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରି କରିଥାନ୍ତି । ମୁଖ୍ୟତଃ ରାଜଧାନୀ ଭୁବନେଶ୍ୱରେ ଦୀପ ବିକ୍ରିକରି ଦୁଇ ପଇସା ରୋଜଗାର କରିଥାନ୍ତି । ବର୍ଷକରେ ଥରେ ଆସୁଥିବା ଦୀପାବଳି ହିଁ ତାଙ୍କ ପାଇଁ ବ୍ୟବସାୟର ଉକ୍ରୃଷ୍ଟ ସମୟ ହୋଇଥାଏ । ଭୁବନେଶ୍ୱରରେ ରାସ୍ତାକଡରେ ଦୀପ ବିକ୍ରି ନେଇ ବିଏମସ ି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ କଟକଣା ଲଗାଯାଇଛି । ରାସ୍ତାକଡ ଦୀପବିକ୍ରି ଉପରେ କଟକଣା ଲାଗିବା ଫଳରେ କୁମ୍ଭକାର ପରିବାରଙ୍କ ଚିନ୍ତା ବଢି଼ଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ