କୁମ୍ଭକାରଙ୍କ ଚିନ୍ତା ବଢାଇଛି ବିଏମସି

ଭଦ୍ରକ (ବଡ଼ ଖବର ବ୍ୟୁରୋ): ବହୁ ଦିନର ଲକଡାଉନ-ସଟଡାଉନ ପରେ ଜୀବନଜୀବିକା ସ୍ୱାଭାବିକ ହେବାରେ ଲାଗିଛି । ଦୋହଲି ଯାଇଛି ଲୋକଙ୍କ ଆର୍ଥିକ ସ୍ଥିତି । ଧୀରେ ଧୀରେ ସମସ୍ତେ କର୍ମକ୍ଷେତ୍ରକୁ ଅଗ୍ରସର ହେଲେଣି । ହେଲେ ସରକାରଙ୍କ କରୋନା କଟକଣା ଶ୍ରମିକଙ୍କଠୁ ଆରମ୍ଭକରି ଛୋଟ ବ୍ୟବସାୟୀଙ୍କ ଜୀବିକା ପ୍ରତି ପ୍ରତିବନ୍ଧକ ସାଜିଛି । ଦଶହରାରେ ଭଲ ବ୍ୟବସାୟ ହେବା ନେଇ ବ୍ୟବସାୟୀମାନେ ଆଶାବାଦୀ ଥିଲେ, କିନ୍ତୁ ସବୁ ଚୁରମାର ହୋଇଯାଇଥିଲା । ଦୀପାବଳିରେ ଭଲ ବ୍ୟବସାୟ ହେବାନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ ବ୍ୟବସାୟୀ । କିନ୍ତୁ କରୋନା କଟକଣା ସବୁ ଓଲଟ ପାଲଟ କରିଦେଇଛି ।

ସରକାରଙ୍କ କରୋନା କଟକଣା ଯୋଗୁଁ କିଛିମାସ ହେବ ବେଶ୍ ପ୍ରଭାବିତ ହୋଇଛନ୍ତି ଦୀପ ବ୍ୟବସାୟୀ । ସାମାଜିକ ଦୂରତା ଆଦି ଆଇନକୁ ନେଇ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି । ସାମାଜିକ ଦୂରତା ଉଲ୍ଲଙ୍ଘନ ନାଁରେ ଦୋକାନ ସିଲଠାରୁ ଆରମ୍ଭ କରି ମୋଟା ଅଙ୍କର ଜରିମାନା ଦୀପ ବ୍ୟବସାୟୀଙ୍କ ଚିନ୍ତା ବଢ଼଼ାଇ ଦେଇଛି । ବ୍ୟବସାୟ କ୍ଷତିରେ ଚାଲୁଥିବା ବେଳେ ପ୍ରଶାସନର କଠୋର କଟକଣା ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇପଡ଼ିଛି ।

ଭଦ୍ରକ ଅଞ୍ଚଳର କୁମ୍ଭାର ପରିବାର ଦୀପାବଳିରେ ଦୀପ ତିଆରି କରି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରି କରିଥାନ୍ତି । ମୁଖ୍ୟତଃ ରାଜଧାନୀ ଭୁବନେଶ୍ୱରେ ଦୀପ ବିକ୍ରିକରି ଦୁଇ ପଇସା ରୋଜଗାର କରିଥାନ୍ତି । ବର୍ଷକରେ ଥରେ ଆସୁଥିବା ଦୀପାବଳି ହିଁ ତାଙ୍କ ପାଇଁ ବ୍ୟବସାୟର ଉକ୍ରୃଷ୍ଟ ସମୟ ହୋଇଥାଏ । ଭୁବନେଶ୍ୱରରେ ରାସ୍ତାକଡରେ ଦୀପ ବିକ୍ରି ନେଇ ବିଏମସ ି(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ କଟକଣା ଲଗାଯାଇଛି । ରାସ୍ତାକଡ ଦୀପବିକ୍ରି ଉପରେ କଟକଣା ଲାଗିବା ଫଳରେ କୁମ୍ଭକାର ପରିବାରଙ୍କ ଚିନ୍ତା ବଢି଼ଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ