Masthead

ବିପୁଳ ମାଓ ସାମଗ୍ରୀ ଜବତ

ଚିତ୍ରକୋଣ୍ଡା(ମାଲକାନଗିରି): ପୋଲିସ ଡିଜି ଅଭୟଙ୍କ ମାଲକାନଗିରି ଜିଲ୍ଲା ଗସ୍ତ ସମୟରେ ଯବାନଙ୍କୁ ମିଳିଛି ବଡ଼ ସଫଳତା । ସ୍ୱାଭିମାନ ଅଞ୍ଚଳରୁ ବିୁଳ ମାଓ ସାମଗ୍ରୀ ଜବତ ହୋଇଛି । ଗୋରା ସେତୁ ନିକଟବର୍ତ୍ତି ବେଜିଙ୍ଗ ଅଞ୍ଚଳରେ ମାଓ କ୍ୟାମ୍ପ ଚାଲୁଥିବା ଗୁଇନ୍ଦା ସୂଚନା ।ଇଥିଲା ବିଏସଏଫ । କ୍ୟାମ୍ପରେ ଚଢଉ କରିଥିଲେ ଯବାନ । ଯବାନଙ୍କ ଚଢଉ ଦେଖି ମାଓବାଦୀମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । କଡ଼ା ଯବାବ ଦେଇଥିଲେ ବିଏସଏଫ ଯବାନ । ୨ଘଣ୍ଟା ଧରି ଉଭୟ ପକ୍ଷରୁ ଚାଲିଥିଲା ଗୁଳି ଚାଳନା । ଯବାନଙ୍କ ମୁକାବିଲା କରିାରିନଥିଲେ ମାଓବାଦୀ । ଘଞ୍ଚ ଜଙ୍ଗଲରେ ଦେଇଥିଲେ ଛତ୍ରଭଙ୍ଗ । ମାଓ କ୍ୟାମ୍ପରେ ଚଢଉ କରି ୋଷାକ, କିଟ ବ୍ୟାଗ, ମେଡିସିନ, କମ୍ପ୍ୟୁଟର ପ୍ରଭୃତି ବିୁଳ ମାଓ ସାମଗ୍ରୀ ଯବାନମାନେ ଜବତ କରିଛନ୍ତି ।

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଗୋରାସେତୁ ଠାରେ ସ୍ଥାପନ ହୋଇଥିବା ନୂତନ ବିଏସଏଫ କ୍ୟାମ୍ପ ପରିଦର୍ଶନ ସହ ଲାଲଗଡ଼ର ମଓସ୍ଥିତିର ସମୀକ୍ଷା କରିବା ପାଇଂ ପୋଲିସ ଡିଜି ଶ୍ରୀ ଅଭୟ ଆସିଥିଲେ । ଡିଜିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିଏସଏଫ ପକ୍ଷରୁ କମ୍ବିଂକୁ ଜୋରଦାର କରାଯାଇଥିଲା । ତେବେ କିଛିଦିନ ହେବ ମାଲକାନଗିରିରେ ମାଓ ସଂଗଠନ ଦୁର୍ବଳ ହେବାରେ ଲାଗିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା