Masthead

ଖୁବ୍‌ଶୀଘ୍ର ପୀତବାସ ହତ୍ୟାକାଣ୍ଡ ଖୁଲାସା: ଦକ୍ଷିଣାଞ୍ଚଳ IG

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ପୀତବାସ ପଣ୍ଡା ହତ୍ୟା ମାମଲାରେ ଖୁବ୍‌ଶୀଘ୍ର ହେବ ପର୍ଦ୍ଦାଫାସ। ଦକ୍ଷିଣାଞ୍ଚଳ IG ନୀତି ଶେଖରଙ୍କ ବଡ଼ ସୂଚନା । ପୋଲିସ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିନେ କିମ୍ବା ଦୁଇ ଦିନ ଭିତରେ ସାମ୍ବାଦିକ ସମ୍ମିଳନୀ ହେବ । ବ୍ରହ୍ମପୁର ଏସ୍‌ପି ଏନେଇ ସାମ୍ବାଦିକ ସମ୍ମିଳନୀ ଡାକିବେ। ଅକ୍ଟୋବର ୬ ତାରିଖରେ ହୋଇଥିଲା ହତ୍ୟାକାଣ୍ଡ । ପୀତବାସ ପଣ୍ଡା ରାତିରେ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଥିଲେ। ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରୁ ବିତିଲାଣି ୧୫ ଦିନ । ତଦନ୍ତ ତ୍ୱରାନ୍ୱିତ ହୋଇଥିଲେ ବି ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିପାରିନାହିଁ । ଘଟଣାରେ ସିସିଟିଭି ଫୁଟେଜ ଯାଞ୍ଚ ସହିତ ୮୦ରୁ ଅଧିକ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖି ଜେରା ଚାଲିଛି । ଅନେକଙ୍କୁ ଜେରା ପରେ ଛାଡ଼ି ଦିଆଯାଇଥିବା ବେଳେ ପୋଲିସ ୭ଜଣ ପୋଲିସ କବ୍‌ଜାରେ ଥିବା ସୂଚନା ମିଳିଛି ।

ବ୍ରହ୍ମପୁରରୁ ଜଣେ ମଦ ବ୍ୟବସାୟୀଙ୍କୁ ମଧ୍ୟ ପଚରାଉଚରା ପରେ ଛଡ଼ାଯାଇଛି । ଏପିରିକି ବ୍ରହ୍ମପୁରର ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କୁ ଅଟକ ରଖି ଜେରା କରୁଛି ପୋଲିସ।  ସେହିପରି ଏହି ଘଟଣାରେ ବିଷୋୟୀ ଗ୍ୟାଙ୍ଗର ସର୍ଦ୍ଦାର କୁହାଯାଉଥିବା ଅନ୍ୟତମ ଅପରାଧୀ ଫେରାର ଥିବା ଜଣାପଡିଛି ।  ତେବେ ଏହି ଘଟଣାରେ ପୋଲିସର ତଦନ୍ତ କେଉଁ ଦିଗକୁ ଯାଉଛି, ତାହା ଦେଖିବାକୁ ବାକି ରହିଲା । ଅକ୍ଟୋବର ୬ ତାରିଖରେ ହୋଇଥିଲା ହତ୍ୟାକାଣ୍ଡ । ପୀତବାସ ପଣ୍ଡା ରାତିରେ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳିମାଡ଼ କରି ଫେରାର ହୋଇଥିଲେ। ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ସେପଟେ ତରବରିଆ ଭାବେ କୌଣସି ଆକ୍ସନ ନନେଇ, ପୁରା ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଧରାଯିବ ବୋଲି ବ୍ରହ୍ମପୁର ପୋଲିସ କହିଛନ୍ତି । ଘଟଣାରେ ବ୍ରହ୍ମପୁର ଏସ୍‌ପି ନିଜ ତଦନ୍ତ କରୁଛନ୍ତି । ବଛାବଛା ଅଧିକାରୀଙ୍କୁ ନେଇ ଗଠିତ ୬ଟି ସ୍ୱତନ୍ତ୍ର ଟିମ୍‌ ଘଟଣାର ଛାନ୍‌ଭିନ୍‌ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ