Masthead

ସ୍ୱାମୀର ଶବକୁ ଜଗିଛନ୍ତି ସ୍ତ୍ରୀ-ପୁଅ

ବିନିକା (ବଡ଼ ଖବର ବ୍ୟୁରୋ): ପାରିବାରିକ କଳହ ପାଇଁ ଶବ ଗ୍ରହଣ କରିଲେନି ପରିବାର । ବିନିକା ଥାନାରେ ଦୀର୍ଘ ୮ ଘଣ୍ଟା ଧରି ପଡ଼ିରହିଛି ମୃତଦେହ । ଶବ ଜଗି ରହିଛନ୍ତି ମୃତକଙ୍କ ସ୍ତ୍ରୀ ଏବଂ ୭ ବର୍ଷୟ ପୁଅ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ବରପଦର ଗାଁରେ ଏଭଳି ଘଟଣା ଘଟିଛି । ନ୍ୟାୟ ପାଇଁ ସ୍ତ୍ରୀ ଓ ପୁଅ ଶବ ରଖି ନ୍ୟାୟ ମାଗୁଛନ୍ତି ।

ପ୍ରମୋଦ ବାଗଙ୍କ ଦେହ ଅସୁସ୍ଥ ହେବାରୁ ସ୍ୱାମୀକୁ ଭଲ କରିବା ପାଇଁ ସ୍ତ୍ରୀ ଜନନୀ ବାଗ ପ୍ରଥମେ କୁଚିଣ୍ଡା ମେଡିକାଲ ଓ ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି । କିନ୍ତୁ ମହାପ୍ରୟାଣ ଗାଡ଼ିରେ ସ୍ୱାମୀର ଶବକୁ ବରପଦର ଗାଁକୁ ଶବ ସତ୍କାର ପାଇଁ ନେଇଥିଲେ ବି ପରିବାର ଲୋକେ ଶବକୁ ଗ୍ରହଣ କରିନଥିଲେ । ଫଳରେ ନ୍ୟାୟ ଦାବିରେ ଶବକୁ ବିନିକା ଥାନାକୁ ଆଣିଛନ୍ତି ପ୍ରମୋଦଙ୍କ ସ୍ତ୍ରୀ ଜନନୀ । ବର୍ତମାନ ଥାନାରେ ମହାପ୍ରୟାଣ ଗାଡି ଭିତରେ ଶବ ପଡ଼ିଥିବା ବେଳେ ସ୍ତ୍ରୀ ଓ ୭ ବର୍ଷର ପୁଅ ଜଗିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼