ବାଣପୁର (ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା । ଚୋରା ମଦ କାରବାର କୁନେଇ ବାଣପୁର ବିଜ୍ଞାପିତ ଅଂଚଳ ଦାଶରଥିପୁରର ଛବିନ୍ଦ୍ର ନାୟକଙ୍କୁ ପୋଲିସ ଗତକାଲି ରାତିରେ ଉଠାଇ ନେଇଥିଲା । ଆଜି ସକାଳେ ହଠାତ ବାଣପୁର ପୋଲିସ ରବୀନ୍ଦ୍ରଙ୍କୁ ବାଣପୁର ଡାକ୍ତରଖାନାକୁ ଆଣିଥିବା ବେଳେ ରବୀନ୍ଦ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଣପୁର ସରକାରୀ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା ।
ହଠାତ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ । ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ରବୀନ୍ଦ୍ର ଗୁରୁତର ଥିବାବେଳେ ତାଙ୍କୁ ପୋଲିସ ଆମ୍ବୁଲାନ୍ସରେ ନନେଇ କାହିଁକି ପୋଲିସ ଭ୍ୟାନରେ ନେଲା ତାହାକୁ ନେଇ ସାଧାରଣରେ ଆଲୋଚନା ଚାଲିଛି । ଏ ନେଇ ପୋଲିସ କିମ୍ବା ତାଙ୍କ ପରିବାରରୁ କୌଣସି ସୂଚନା ଏଯାବତ ମିଳିନାହିଁ ।
