Masthead

ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ ନେତା ରେଭନ୍ତ ରେଡ୍ଡୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତେଲେଙ୍ଗାନାରେ କିଏ ହେବ ମୁଖ୍ୟମନ୍ତ୍ରୀ ଏନେଇ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । କଂଗ୍ରେସ ନେତା ରେଭନ୍ତ ରେଡ୍ଡୀ ତେଲେଙ୍ଗାନାର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ ତରଫରୁ କୁହାଯାଇଛି । ଆସନ୍ତା ଡିସେମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଭନ୍ତ ରେଡ୍ଡୀ । ଏନେଇ ବିଧାୟକ ଦଳ ବୈଠକରେ ସର୍ବସମ୍ମତି ପ୍ରକାଶ ପାଇଛି ।୨୦୨୧, ଜୁନ୍-ଜୁଲାଇରେ ତାଙ୍କୁ ତେଲେଙ୍ଗାନା କଂଗ୍ରେସର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । ଏହା ପରେ ସେ ଲଗାତର ତୃଣମୂଳ ସ୍ତରରେ କାମ କରିଆସୁଛନ୍ତି ।

ବିଧାନସଭା ନିର୍ବାଚନ ଜିତିବା ପରେ ହାଇକମାଣ୍ଡଙ୍କର ସେ ପ୍ରଥମ ପସନ୍ଦ ମଧ୍ୟ ରହିଆସିଛନ୍ତି । ତେଲେଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସର ଜବରଦସ୍ତ ବିଜୟରେ ରେଭାନ୍ତଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଦୀର୍ଘ ୧୦ ବର୍ଷ ଧରି ଶାସନରେ ଥିବା କେସିଆରଙ୍କ ବିଆରଏସକୁ ଗାଦିଚ୍ୟୁତ କରିଥିଲା କଂଗ୍ରେସ । ରେଭାନ୍ତ ୨୦୧୯ରେ ଲୋକସଭା ନିର୍ବାଚନରେ ଟିଆରଏସ ପ୍ରାର୍ଥୀଙ୍କ ଠାରୁ ହାରିଯାଇଥିଲେ । କିନ୍ତୁ ୨୦୨୩ ବିଧାନସଭା ନିର୍ବାଚନ ପାଇଁ ତାଙ୍କୁ ବିଧାୟକ ଟିକେଟ୍ ଦେଇଥିଲା କଂଗ୍ରେସ । ଚଳିତଥର ସେ ଦୁଇଟି ସ୍ଥାନରୁ ବିଧାୟକ ଆସନ ପାଇଁ ଲଢ଼ିଥିବା ବେଳେ ଗୋଟିଏରେ ବିଜୟୀ ହୋଇଥିଲେ ଏବଂ ଆଉ ଗୋଟିଏରେ ପରାସ୍ତ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା 🔴 ତୁର୍କୀ, ଅଜରବୈଜାନ ସହ ବନ୍ଦ ହେବ କାରବାର  🔴 ମାନିଲେ ପାକ୍ ପୂର୍ବତନ ବାୟୁସେନା ଅଧିକାରୀ, ପାକିସ୍ତାନି ଆୱାକ୍ସକୁ ନଷ୍ଟ କରିଛି ବ୍ରହ୍ମୋସ 🔴 ନୀରଜ ଚୋପ୍ରାଙ୍କ ନୂଆ ରେକର୍ଡ, ଜାଭେଲିନ ଥ୍ରୋରେ ୯୦ ମିଟର ପାର 🔴 ସତ ମାନିଲା ପାକିସ୍ତାନ, ଭାରତର ଜବାବୀ ଆକ୍ସନରେ ବହୁ ଏୟାରବେସ୍ ଛାରଖାର ହୋଇଛି 🔴 ତପସ୍ବିନୀ ଏକ୍ସପ୍ରେସକୁ ପଥରମାଡ 🔴 ବିଦ୍ରୋହ ଭିତରେ ଆଜି ବସିବ ବିଜେଡିର ପ୍ରଥମ ପିଏସି ବୈଠକ 🔴 ଆଜିଠୁ ପୁଣି ଆରମ୍ଭ ହେବ ଆଇପିଏଲ 🔴 କାଲି ମୁନ୍ନା ଆଜି ରାଜା 🔴 ‘ଟ୍ରେଲର ଦେଖିଛନ୍ତି, ଫିଲ୍ମ ବାକି ଅଛି’ 🔴 ପାକିସ୍ତାନକୁ ଆଇଏମଏଫର ସହାୟତା, ଟ୍ରମ୍ପଙ୍କୁ ସମାଲୋଚନା