Masthead

ରଥ ତିଆରି ପାଇଁ ଗଲା ରଥ କାଠ

ଦଶପଲ୍ଲା (ବଡ଼ ଖବର ବ୍ୟୁରୋ): ୨୦୨୬ ମସିହାରେ ଅନୁଷ୍ଠିତ ହେବାକୁ ଥିବା ପବିତ୍ର ଘୋଷଯାତ୍ରା ଉପଲକ୍ଷେ ଆଜି ପ୍ରଥମ ପର୍ଯ୍ୟାୟ ରଥକାଠ ଦଶପଲ୍ଲା ବନାଞ୍ଚଳ ଅନ୍ତର୍ଗତ ଟାକରା ଫରେଷ୍ଟ ସେକ୍ସନରୁ ପୁରୀ ଅଭିମୁଖେ ପଠାଯାଇଛି। ଗତକାଲି ବନବିଭାଗ ଓ ମିଟୁକୁଳି ଭିଏସଏସ କମିଟି ସମନ୍ୱୟରେ ପାରମ୍ପରିକ ବିଧି ମତେ ପୂଜାର୍ଚ୍ଚନା କରି ନାମ ସଂକୀର୍ତନ ତାଳେ ତାଳେ ରଥକାଠ ବୋଝେଇ ୨ଟି ଟ୍ରକକୁ ଶ୍ରୀକ୍ଷେତ୍ର ଧାମ ପୁରୀ ଅଭିମୁଖେ ପ୍ରେରଣ କରାଯାଇଥିଲା।

ଆଜି ମହାବୀର କ୍ଷେତ୍ର ଦଶପଲ୍ଲାର ଶ୍ରୀଶ୍ରୀମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ପୁରୀ ଶ୍ରୀମନ୍ଦିର ଅଭିମୁଖେ ବାହାରିଛି। ଏହି ଉତ୍ସବରେ ବନପାଳ ରାକେଶ କୁମାର ସାହୁ, ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାସ ଓ ଆଦିବାସୀ ନେତା ଧନେଶ୍ୱର ଯାନୀ, ନବ କିଶୋର ଯାନୀ ଓ ଗ୍ରାମର ଅନେକ ପୁରୁଷ ମହିଳା ଉପସ୍ଥିତ ରହିଥିଲେ। ୨ଟି ଟ୍ରକରେ ସର୍ବମୋଟ ୪୮ଖଣ୍ଡ କାଠ ଅସନ ଓ ଧଉରା କାଠ ପୁରୀ ଅଭିମୁଖେ ଯାଉଥିବା ବନାଞ୍ଚଳଅଧିକାରୀ ଶ୍ରୀବାସ ଦାସ କହିଛନ୍ତି।ଗୋଟିଏ ଟ୍ରକରେ ୨୫ଖଣ୍ଡ କାଠ ଯାଉଥିବାବେଳେ ଅନ୍ୟଟିରେ ୨୩ଖଣ୍ଡ କାଠ ଯାଉଥିବା ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା