Masthead

ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରସିଦ୍ଧ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଆଉ ଏହି ଦୁନିଆରେ ନାହାନ୍ତି। କିଛିଦିନ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ଖବର ଆମକୁ ମିଳିଥିଲା। କିନ୍ତୁ ଆଜି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କହିବାକୁ ଗଲେ ସଂଗୀତ ଜଗତ ପାଇଁ ଏହା ଏକ ବଡ଼ ଅପୂରଣୀୟ କ୍ଷତି । କିଛି ଦିନ ପୂର୍ବେ ଆମେ ଓଡିଶା ଆଉ ଏକ ଯୁବ ପ୍ରତିଭା ହ୍ୟୁମାନ ସାଗରଙ୍କୁ ହରେଇ ଥିଲୁ ।

ଆଉ ଆଜି ପ୍ରସିଦ୍ଧ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କୁ ହରେଇଲୁ  ସୂଚନାମୁତାବକ ସେପ୍ଟେମ୍ବର ୪ ତାରିଖରେ ତାଙ୍କୁ ଭର୍ତ୍ତି କରାଯିବା ପରଠାରୁ ଆଇସିୟୁରେ ଚିକିତ୍ସା କରାଯିବା ପରେ, ତାଙ୍କୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ମଜୁମଦାରଙ୍କ ନିମୋନିଆରେ ଉନ୍ନତି ହେଉଥିଲେ , ଏବଂ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖା ଯାଇଥିଲା । ପରେ ତାଙ୍କୁ ଏଥିରୁ ମୁକ୍ତ କରାଯାଇ, କିଛି ଦିନ ପୂର୍ବରୁ ଅକ୍ସିଜେନ ସପୋର୍ଟ ଉପରେ ସେ ନିର୍ଭର କରୁଥିଲେ। ତାଙ୍କର ବୃକକ୍ ଏବଂ ଯକୃତର କାର୍ଯ୍ୟ ମଧ୍ୟ ସ୍ୱାଭାବିକ ଥିଲା।

ହଠାତ ତାଙ୍କର ଅକାଳ ବିୟୋଗ ଖବର ଆସିଛି । କିଛି ଦିନପରେ ଘରକୁ ଆଣିବାକୁ ମଧ୍ୟ ଯୋଜନ ଥିଲା କିନ୍ତୁ ଦୁଃଖର ମାହୋଲ ଏବେ ସବୁଠାରେ ଖେଳି ଯାଇଛି । ସୂଚନାମୁତାବକ ଉଚ୍ଚ ରକ୍ତଚାପ, ହାଇପରଥାଇରଏଡିଜ୍ମ, ଯକୃତ ରୋଗ, ନିମୋନିଆ ଏବଂ ଗୁରୁତର ଫୁସଫୁସ ସଂକ୍ରମଣ ଯୋଗୁଁ ଜଟିଳତା ଯୋଗୁଁ ମଜୁମଦାରଙ୍କୁ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେ ଅନେକ ଆଲବମ ପାଇଁ ସଙ୍ଗୀତ ନିର୍ଦ୍ଦେଶକ ଦେଇଛନ୍ତି। ବର୍ତ୍ତମାନ ଯାଏଁ ୫୦ ରୁ ଅଧିକ ଫିଲ୍ମ ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇସାରିଛନ୍ତି । ଏହାସହିତ ସେ ଏକାଧିକ ଫିଲ୍ମରେ ଗୀତ ବି ଗାଇଛନ୍ତି ।

କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ।‘ଅଭିଜିତ ମଜୁମଦାରଙ୍କ ବିୟୋଗ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଆମ ସଙ୍ଗୀତ, ସିନେମା ଓ ସଂସ୍କୃତି ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଂଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି।’ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଏକ୍ସରେ ପୋଷ୍ଟ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା